28.1 C
Bhubaneswar
Friday, June 28, 2024
Homeଦେଶ ବିଦେଶବାଚସ୍ପତି ରେସ୍: ଚର୍ଚ୍ଚାରେ ୪ ଚେହେରା

ବାଚସ୍ପତି ରେସ୍: ଚର୍ଚ୍ଚାରେ ୪ ଚେହେରା

ନୂଆଦିଲ୍ଲୀ: କିଏ ହେବେ ବାଚସ୍ପତି, କାହାକୁ ମିଳିବ ଗୁରୁତ୍ଵପୂର୍ଣ୍ଣ ବାଚସ୍ପତି ପଦ। ସମୟ ଯେତେ ବଢୁଛି କଳ୍ପନା ଜଳ୍ପନା ସେତେ ବଢିବାରେ ଲାଗିଛି। ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ଏନଡିଏ ଘୋଷଣା କରିପାରେ ବାଚସ୍ପତି ପ୍ରାର୍ଥୀଙ୍କ ନାଁ। ସୋମବାର ମଧ୍ୟରାତ୍ରି ଯାଏଁ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ୍ ଶାହା , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ବାଚସ୍ପତି ନିର୍ବାଚନକୁ ନେଇ ଆଲୋଚନା କରିଥିଲେ। ତେବେ ଏସବୁ ଚର୍ଚ୍ଚା ଭିତରେ ରହିଛି ୪ ବରିଷ୍ଠ ସାଂସଦଙ୍କ ନାଁ। ଗତ ଥରର ବାଚସ୍ପତି ଓମ୍ ବିର୍ଲା , ବର୍ତ୍ତମାନର କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୁହରି ମହତାବ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂ, ଏବଂ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି.ପୁରେନ୍ଦେଶ୍ଵରୀ । ଏମାନଙ୍କ ମଧ୍ୟରୁ କାହାକୁ ବାଚସ୍ପତି କରାଯିବ , ନା ନୂଆ ନାଁ ସାମ୍ନାକୁ ଆସିବ । ତା ଉପରେ ସମସ୍ତଙ୍କ ନଜର ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking