20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶୟାହିୟା ସିନୱାର କିଏ?

ୟାହିୟା ସିନୱାର କିଏ?

ନୂଆଦିଲ୍ଲୀ : ୬୨ ବର୍ଷୀୟ ୟାହିୟା ସିନୱାର ୧୯୬୨ରେ ଦକ୍ଷିଣ ଗାଜାର ଖାନ୍ ୟୁନିସ୍‌ର ଏକ ଶରଣାର୍ଥୀ ଶିବିରରେ ଜନ୍ମ ହୋଇଥିଲେ ମଧ୍ୟ ଗାଜା ଷ୍ଟ୍ରିପ୍‌ରେ ତାଙ୍କ ପିଲାଦିନ କଟିଥିଲା। ତେବେ ଘଟଣାକ୍ରମେ ସେ ଇସ୍ରାଏଲ ସେନା ଦ୍ୱାରା ଗିରଫ ହୋଇ ସେଠାକାର ଜେଲ୍‌ରେ ପ୍ରାୟ ୨୨ ବର୍ଷ ବିତାଇଥିଲେ। ଏଣୁ ତାଙ୍କ ନିକଟରେ ଇସ୍ରାଏଲ ସୈନ୍ୟଙ୍କ ଚିନ୍ତାଧାରା ଏବଂ ସୁରକ୍ଷା ବ୍ୟବସ୍ଥାର ଏକ ବଳିଷ୍ଠ ଅଭିଜ୍ଞତା ରହିଥିଲା। ଗୋଟିଏ ପଟେ ନିଜ ଦେଶ ପାଲେଷ୍ଟାଇନ ପ୍ରତି ତାଙ୍କ ଅନୁରକ୍ତି ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଇସ୍ରାଏଲ୍ ପ୍ରତି ପ୍ରତିଶୋଧ ଭାବନା ବଢ଼ିବଢ଼ି ଚାଲିଥିଲା। ସେ ଇସ୍ରାଏଲ୍‌କୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିଲେ।

ପରବର୍ତ୍ତୀ ସମୟରେ ଗାଜାଷ୍ଟ୍ରିପ୍‌ରେ ଗଢ଼ି ଉଠିଥିବା ହମାସ୍ ସଂଗଠନର ନେତୃତ୍ୱ ତାଙ୍କ ହାତକୁ ଆସିଥିଲା। ସେ ସଂଗଠନର ଜଣେ ଅଗ୍ରଣୀ ନେତୃତ୍ୱ ପାଲଟିଯାଇଥିଲେ। ୨୦୧୧ରେ ଗାଜାଷ୍ଟ୍ରିପ୍‌ରୁ ହମାସ୍ ଜଣେ ଇସ୍ରାଇଲ ଯବାନଙ୍କୁ ଅପହରଣ କରିନେବା ପରେ ସିନୱାର ଇସ୍ରାଏଲ୍ ସହ ଡିଲ୍ କରିଥିଲେ। ଇସ୍ରାଏଲର ଏହି ଜଣେ ସୈନିକଙ୍କ ଜୀବନ ବଦଳରେ ଇସ୍ରାଏଲ ସେନା ହେପାଜତରେ ରହିଥିବା ୧୦୨୭ କଏଦୀଙ୍କ ସମେତ ନିଜକୁ ମୁକ୍ତ କରିବା ପାଇଁ ସେ ବୁଝାମଣା କରିଥିଲେ। ପାଲେଷ୍ଟାଇନୀୟଙ୍କୁ ନିର୍ଯାତନା ଓ ହତ୍ୟା କରିବା ପାଇଁ ସିନୱାର ‘ବୁଚର ଅଫ୍ ଖାନ ୟୁନିସ’ ଅର୍ଥାତ ଖାନ୍ ୟୁନିସ୍‌ର କଂସେଇ ଭାବରେ କୁଖ୍ୟାତ ଥିଲେ। ସେ ଇସ୍ରାଏଲ ପାଇଁ ଗୁପ୍ତଚର ଅଭିଯୋଗରେ ଅନେକ ଲୋକଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିଲେ। ତାଙ୍କ ନିର୍ଦ୍ଦେଶରେ ନିର୍ଦ୍ଦୟ ଭାବରେ ଶହ ଶହ ଲୋକଙ୍କ ହତ୍ୟା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking