25.1 C
Bhubaneswar
Saturday, March 21, 2026
Homeଓଡିଶାପୁରୁଷ ବନ୍ଧୁ କିଏ ? କାହାକୁ ହୋଇଥିଲା ଶେଷ କଲ୍ ?

ପୁରୁଷ ବନ୍ଧୁ କିଏ ? କାହାକୁ ହୋଇଥିଲା ଶେଷ କଲ୍ ?

କେନ୍ଦ୍ରାପଡା: ଛାତ୍ରୀ ପୋଡ଼ିଯିବା ଘଟଣା । ମୃତ ଛାତ୍ରୀଙ୍କ ମୋବାଇଲ ସିଜ୍ କଲା ପୋଲିସ । ପୁରୁଷ ବନ୍ଧୁ କିଏ ? ମୋବାଇଲ ଖୋଲିବ ଗୁମର । ମୋବାଇଲ କଲ ଡିଟେଲ୍ସର ଚାଲିଛି ଯାଞ୍ଚ । କାହାକୁ ହୋଇଥିଲା ଶେଷ କଲ ? ବ୍ଲାକମେଲ କରିଥିବା ପୁରୁଷ ବନ୍ଧୁକୁ ଖୋଜୁଛି ପୋଲିସ । ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୋଲିସର ତଦନ୍ତ ଆରମ୍ଭ । ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବଡ଼ପଦା ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଜୀବନ ହାରି ଦେଇଛନ୍ତି। ଗୁରୁତର ଭାବେ ପୋଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଯୁବତୀ ଜଣକ କେଉଁ କାରଣରୁ ଏଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତି ଓ ପରିବାର ଲୋକଙ୍କ ବୟାନ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଅଭିଯୋଗ ଅନୁସାରେ ଯବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ। ଅନ୍ୟପଟରେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ମୃତକାଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଝିଅର ପୁରୁଷ ବନ୍ଧୁ ବ୍ଲାକମେଲିଂ କରୁଥିଲା। ଅଶ୍ଳୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲା। ଏନେଇ ଗ୍ରାମଞ୍ଚଳ ଥାନାରେ ୬ ମାସ ପୂର୍ବରୁ ଅଭିଯୋଗ କରିଥିଲୁ ବୋଲି କହିଛନ୍ତି ମୃତକଙ୍କ ବାପା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking