28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଇସ୍ରାଏଲ ଓ ଇରାନ ମଧ୍ୟରେ ଅଧିକ ଶକ୍ତିଶାଳୀ କିଏ?

ଇସ୍ରାଏଲ ଓ ଇରାନ ମଧ୍ୟରେ ଅଧିକ ଶକ୍ତିଶାଳୀ କିଏ?

ନୂଆଦିଲ୍ଲୀ: ଇସ୍ରାଏଲ୍ ବିରୋଧୀ ଲଢ଼େଇରେ ଇରାନ୍ ପ୍ରତ୍ୟକ୍ଷ ରୂପେ ନିଜକୁ ସାମିଲ କରିବା ପରେ ମଧ୍ୟପ୍ରାଚ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏପରି ମଧ୍ୟ କୁହାଯାଇପାରେ ଯେ, ବିଶ୍ୱ ଏବେ ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ସାଜିଛି । ଯଦି ଏହି ଯୁଦ୍ଧ ଯଥାଶୀଘ୍ର ଶେଷ ନହୁଏ ତେବେ ସମଗ୍ର ବିଶ୍ୱକୁ ପରିଣାମ ଭୋଗିବାକୁ ପଡ଼ିବ ।

ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଇରାନ୍‌, ଇସ୍ରାଏଲ୍ ମାଟିରେ ପ୍ରାୟ ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରିବା ପରେ ଇସ୍ରାଏଲ୍ ମଧ୍ୟ ଏବେ ସମାନ ଢ଼ଙ୍ଗରେ ପାଲଟା ଜବାବ ଦେବା ନିଶ୍ଚିତ ହୋଇଯାଇଛି । ଆମେରିକା ମଧ୍ୟ ଏବେ ଇସ୍ରାଏଲ୍‌କୁ ସବୁପ୍ରକାର ସାହାଯ୍ୟ ଯୋଗାଇଦେବାକୁ ଘୋଷଣା କରିସାରିଛି । ଏପରିସ୍ଥିତିରେ ଇରାନ-ଇସ୍ରାଏଲ୍ ଯୁଦ୍ଧ ୟୁକ୍ରେନ-ରୁଷ୍ ଯୁଦ୍ଧ ଭଳି ଲମ୍ବା ଚାଲିବ ବୋଲି ଆଶଙ୍କା କରାଯାଉଛି । ତେବେ ବାସ୍ତବରେ ଏହି ଦୁଇ ଦେଶ ମଧ୍ୟରେ କିଏ ଅଧିକ ଶକ୍ତିଶାଳୀ, କାହା ପାଖରେ ଅଧିକ ସେନା ତଥା ଅସ୍ତ୍ରଶସ୍ତ୍ର ସାମର୍ଥ୍ୟ ରହିଛି? ସେନେଇ ଏକ ରୀତିମତ ଚର୍ଚ୍ଚା ଏବେ ବିଶ୍ୱସ୍ତରରେ ଆରମ୍ଭ ହୋଇଯାଇଛି ।

ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ କେଉଁ ଦେଶର ବିଜୟୀ ହେବା ସମ୍ଭାବନା ଅଧିକ ରହିଛି? ସେସମ୍ପର୍କରେ ବିଶ୍ୱବାସୀ ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ସୁତରାଂ ଏଠାରେ ଦୁଇ ଦେଶ ମଧ୍ୟରେ ରହିଥିବା ସମାନ୍ତରାଳ ସାମରିକ ସାମର୍ଥ୍ୟ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking