ଭୁବନେଶ୍ୱର: କଂଗ୍ରେସରୁ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ସାମ୍ବାଦିକଙ୍କ ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଛନ୍ତି, ମୋକିମ କିଏ, ମାତ୍ର ଗୋଟିଏ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି । ନିଜ କଥା ରଖିବାର ସବୁ ସଦସ୍ୟଙ୍କ ନିକଟରେ ଅଧିକାର ଅଛି । ଦଳୀୟ ନେତୃତ୍ୱ ସେମାନଙ୍କ କଥା ନିଶ୍ଚୟ ଶୁଣିବେ । ସୋନିଆଙ୍କୁ ଚିଠି ଲେଖିବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ଚିଠିକୁ ମିଡିଆରେ ପ୍ରଘଟ କରିବାର କଣ ଆବଶ୍ୟକତା ଥିଲା । କାରଣ ସେ ଦଳରେ ରହିବାକୁ ଚାହୁଁନଥିଲେ । ରାହୁଲଗାନ୍ଧୀଙ୍କ ବିଷୟରେ ସେ କଣ ଜାଣନ୍ତି ବୋଲି ପ୍ରଶ୍ନ କଲେ ଭକ୍ତ । ରାହୁଲ ଗାନ୍ଧୀ ଦେଶ ସାରା ପଦଯାତ୍ରା କରି ଲୋକଙ୍କୁ ସଚେତନ କଲେ । ଏହା କଣ କଠିନ ପରିଶ୍ରମ ନୁହେଁ, ଚିଠି ଲେଖି ସେ ରାହୁଲଙ୍କୁ ଗାଇଡ କରିବେ? ଏହା ବିରୋଧୀଙ୍କ କାମ କହି ମୋକିମଙ୍କୁ ସମାଲୋଚନା କଲେ ଭକ୍ତ । ଯଦି କେହି ନିଜ ନେତାଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଦେଖିପାରୁନି, ସେମାନଙ୍କୁ କଣ କୁହାଯିବ । ସୂଚନାଥାଉକି, ଗତକାଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଛି ।










