ବାରଙ୍ଗ: ନନ୍ଦନକାନନରେ ଏକ ଧଳା ବାଘ ଶାବକର ମୃତ୍ୟୁ ହୋଇଛି । ଶାବକଟି ଗତ ଜୁନ ମାସ ୭ ତାରିଖରେ ଧଳା ବାଘୁଣୀ ମୌସୁମୀ ଗର୍ଭରୁ ରାଜେଶ ମିଳନରୁ ଜନ୍ମ ନେଇଥିଲା । ଜନ୍ମ ବେଳରୁ ଶାଗୁଣାଟି ରୁଗଣ ଥିଲା । ମା ଠାରୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଇନକ୍ୟୁବେଟରରେ ରଖି ଚିକିତ୍ସା କରାଯାଇଥିଲା । ଗତ ରାତିରେ ତାର ମୃତ୍ୟୁ ହୋଇଛି । ଏହା ଫଳରେ ଧଳା ବାଘ ସଂଖ୍ୟା ୫କୁ ହ୍ରାସ ପାଇଛି । ମୋଟ ବାଘ ସଂଖ୍ୟା ୨୮କୁ ହ୍ରାସ ପାଇଛି । ଶାବକଟିର ମୃତ୍ୟୁର କାରଣ ଜାଣିବା ପାଇଁ ଶବକୁ ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯାଇଛି ।









