27.1 C
Bhubaneswar
Friday, December 5, 2025
Homeଓଡିଶା୮ଲକ୍ଷ ଟଙ୍କାର ଧଳାଜହର,ସ୍କୁଟି ଜବତ: ୩ ଗିରଫ

୮ଲକ୍ଷ ଟଙ୍କାର ଧଳାଜହର,ସ୍କୁଟି ଜବତ: ୩ ଗିରଫ

ଯାଜପୁର: ଯାଜପୁର ଜିଲା ଅବକାରୀ ମୋବାଇଲ ସ୍କୁୱାର୍ଡ ଓ ଡୋଲିପୁର ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ୮୨ ଗ୍ରାମ ହିରୋଇନ ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷରୁ ଉର୍ଦ୍ଧ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି | ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପାଣିକୋଇଲି ଥାନା ଜହ୍ନ| ଛକ ନିକଟରେ ସୋମବାର ଅପରାହ୍ନରେ ଚଢ଼ାଉ କରିଥିଲେ | ଏହି ସମୟରେ ପାଣିକୋଇଲିରୁ ଯାଜପୁରରୋଡ଼ ଆଡକୁ ଆସୁଥିବା ତିନିଜଣ ଯୁବକଙ୍କୁ ଅଟକାଇଥିଲେ | ସେମାନଙ୍କ ନିକଟରୁ ୮୨ ଗ୍ରାମ ହିରୋଇନ ଜବତ କରାଯିଵା ସହ ଏଥିରେ ବ୍ୟବହୃତ ଏକ ସ୍କୁଟି ନଂ ଓଡି ୩୪ ଏଲ ୮୭୨୭ କୁ ଅଧିକାରୀ ଜବତ କରିଥିଲେ | ସେମାନେ ଭଦ୍ରକ ଅଞ୍ଚଳରୁ ଏହି ଧଳାଜହର ଯାଜପୁରରୋଡ଼ର ସପଗଡିଆ ଅଞ୍ଚଳରେ ବିକ୍ରି ପାଇଁ ଆଣୁଥିଲେ ବୋଲି ପ୍ରକାଶ | ଅଭିଯୁକ୍ତ ମାନେ ହେଲେ ପାଣିକୋଇଲି ଥାନା ଶଙ୍ଖାଚିଲା ଛୋଟରାୟ ପୁର ଗ୍ରାମାର ସନ୍ତୋଷ ଦାସ (୩୫), ଯାଜପୁରରୋଡ଼ ଥାନା ଗାୟତ୍ରୀ ବିହାରର ଲକ୍ଷ୍ମଣ ସ୍ୱାଇଁ (୩୪) ଓ ଯାଜପୁରରୋଡ଼ ନଟପଦା ଅଞ୍ଚଳର ଜ୍ଞାନରଞ୍ଜନ ସାମଲ (୨୨) ବୋଲି ବିଭାଗ ସୂଚନା ଦେଇଛି | ଅବକାରୀ ବିଭାଗ ପକ୍ଷରୁ ଏନ ଡି ପି ଏସ ପିଆର ନଂ ୨୧୯/ ୨0୨୫ -୨୬ରେ ମାମଲା ୠଜୁକରି କୋର୍ଟ ଚାଲାଣ କରାଯାଇଛି | ଏହି ଚଢ଼ାଉରେ ଜିଲା ମୋବାଇଲ ସ୍କୁୱାର୍ଡ ଆଇଆଇସି ନାରାୟଣ ବେହେରା, ଇନ୍ସପେକ୍ଟର ସସ୍ମିତା ହୋତା, ଡୋଲିପୁର ଅବକାରୀ ଅଧିକାରୀ ବିଭୁ ପ୍ରସାଦ ସାହୁ, ଏସ ଆଇ ରାମେଶ୍ୱର ମହାନ୍ତି, ଏଏସ ଆଇ ରମେଶ ନାୟକ, ରଞ୍ଜନ ପାତ୍ର, ରଶ୍ମିରେଖା ଜେନା ଓ ଚଗଲା ମଲିକ ସାମିଲ ହୋଇଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking