31.1 C
Bhubaneswar
Tuesday, March 24, 2026
Homeଓଡିଶାଧଳା ବାଡ଼ିି - ଦୃଷ୍ଟିବାଧିତଙ୍କ ସ୍ୱାଧିନତାର ପ୍ରତୀକ-ସୁଶ୍ରୀ ପଟାୱରୀ

ଧଳା ବାଡ଼ିି – ଦୃଷ୍ଟିବାଧିତଙ୍କ ସ୍ୱାଧିନତାର ପ୍ରତୀକ-ସୁଶ୍ରୀ ପଟାୱରୀ

ଭୁବନେଶ୍ୱର: ଧଳାବାଡି ଦୃଷ୍ଟିବାଧିତଙ୍କ ସ୍ୱାଧିନତା ଓ ସ୍ୱାଭିମାନର ପ୍ରତୀକ । ଜଣେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ସମାଜରେ ଆତ୍ମନିର୍ଭରଶୀଳ କରିବା ପାଇଁ ଧଳାବାଡିର ମହତ୍ୱପୂର୍ଣ ଅବଦାନ ରହିଛି । ଦୃଷ୍ଟିବାଧିତ ବ୍ୟକ୍ତି ଯେପରି ସମାନତାର ଅଧିକାରକୁ ସାବ୍ୟସ୍ତ କରିପାରିବ ସେଥି ନିମନ୍ତେ ଏଇ ଧଳାବାଡ଼ି ଆତ୍ମବିଶ୍ୱାସ ଜାଗ୍ରତ କରାଇଥାଏ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ସୁଶ୍ରୀ ପାରୁଲ ପଟାୱରୀ ପ୍ରକାଶ କରିଛନ୍ତି । ଆଜି ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଗଔଗଊR), ଭୁବନେଶ୍ୱର ଆନୁକୁଲ୍ୟରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ଧଳାବାଡି ଦିବସ ୨୦୨୫ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଶ୍ରୀ ପଟାୱରୀ ଏକ ଅନ୍ତର୍ନିବେଶୀ ସମାଜ ଗଠନରେ ଧଳାବାଡି ଦିବସର ଗୁରୁତ୍ୱ ଦର୍ଶାଇବା ସହ ଓଡିଶା ସରକାର ଦୃଷ୍ଟିବାଧିତମାନଙ୍କ ପାଇଁ ଦେଶରେ ପ୍ରଥମ କରି ସ୍ୱତନ୍ତ୍ର ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ବୋଲି ସୂଚନା ଦେଇଥିଲେ । ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଶ୍ରୀ ଯୁଗଳ କିଶୋର ପ୍ରଧାନ ଏବଂ ଭୀମ ଭୋଇ ଦୃଷ୍ଟିହୀନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ତାପସ କୁମାର ମହାନ୍ତି ମଧ୍ୟ ଧଳାବାଡ଼ି ଦିବସର ଆଭିମୁଖ୍ୟ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ନିର୍ଦ୍ଦେଶିକା ସୁଶ୍ରୀ ପଟାୱରୀ ଧଳାବାଡି ଦିବସ ସଚେତନତା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ଧଳାବାଡ଼ି ବିତରଣ କରିବା ସହ ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ସ୍ୱତନ୍ତ୍ର ଶାସନ ସଚିବ ସୁଶ୍ରୀ ରଜନୀ ଜାନୀ, ସାଇଜରର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଲାନୋ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରାଉତରାୟ, ଶ୍ରୀ ଭାସ୍କର ରଇତ, ସାଇଜରର ଉନ୍ନୟନ ଅଧିକାରୀ ସେଖ୍‌ ଇକ୍‌ବାଲ୍‌ ଅଲ୍ଲୀ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଶେଷରେ ଲୁଇ ବ୍ରେଲ୍‌ ଦୃଷ୍ଟିବାଧିତ ବିଦ୍ୟାଳୟର ଦୃଷ୍ଟିବାଧିତ ଶିକ୍ଷାର୍ଥୀମାନଙ୍କର ଡ୍ରମ, ତୁରୀ, ଝାଞ୍ଜ ଓ ଝୁମୁକା ଆଦି ବଦ୍ୟଯନ୍ତ୍ର ପରିବେଷଣ କରିଥିଲେ । ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀମାନଙ୍କ ତରଫରୁ ‘ଶେ୍ୱତସାଥୀ’ ଶୀର୍ଷକ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା । ସାଇଜରର ଓମ୍‌ ପ୍ରକାଶ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking