18.1 C
Bhubaneswar
Wednesday, February 4, 2026
Homeଓଡିଶାଚା ପିଉଥିବା ବେଳେ ଚଢିଗଲା କାର

ଚା ପିଉଥିବା ବେଳେ ଚଢିଗଲା କାର

ଗଞ୍ଜାମ : ଦୋକାନ ପାଖରେ ବସି ଚା ପିଉଥିବା ବେଳେ ଚଢିଗଲା କାର । ଚକା ତଳେ ପଡ଼ି କୁକୁରର ମୃତ୍ୟୁ ହୋଇଯାଇଥିବା ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଦୋକାନ ପାଖରେ ଥିବା ବାଇକ୍ ଚୁରମାର୍ । ବ୍ରହ୍ମପୁରରୁ ବୈପାରିଗୁଡାର ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ ନିମନ୍ତେ ୭ ଜଣ ଯୁବକ ଅପରାହ୍ନ ୨ଟା ବେଳେ ଏକ ଟିୟୁଭି କାରରେ ବାହାରି ଥିଲେ । ବୈପାରିଗୁଡାର ଟିପାଗୁଡା ଗ୍ରାମରେ ଡ଼୍ରାଇଭରଙ୍କ ଦ୍ରୁତ ଗତି ଏବଂ ବେପରୁଆ ଗାଡ଼ି ଚାଳନା ଯୋଗୁ ଏକ ପାନ ଦୋକାନରେ କାର୍ ମାଡ଼ିଯିବା ଫଳରେ ଦୋକାନ ପାଖରେ ଥିବା ଗୋଟିଏ ବାଇକ୍ ଚୁରମାର ହୋଇଯାଇଛି। ଦୋକାନ ନିକଟରେ ଚା ପିଉଥିବା ତିନିଜଣଙ୍କୁ କାର୍ ଧକ୍କା ଦେଇଛି । ଏହାଛଡ଼ା ପାନ ଦୋକାନ ନିକଟସ୍ଥ ଏକ ହୋଟେଲ ନିକଟରେ ଶୋଇଥିବା କୁକୁର ଉପରେ କାର୍ ମାଡ଼ିଯିବା ଫଳରେ କୁକୁରର ମୃତ୍ୟୁ ହୋଇଯାଇଛି । ତିନି ଜଣ ଗୁରୁତରଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ତିନି ଜଣଙ୍କ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ଟିପାଗୁଡାର ସୁରେନ୍ଦ୍ର କାମଡିଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking