ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ଚଳିତ ବଜେଟ୍ ‘ବିକଶିତ ଓଡ଼ିଶା’ ପାଇଁ କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ୍ । ଏହା ଓଡ଼ିଶାର ଶିକ୍ଷା, ଦକ୍ଷତା, ଶିଳ୍ପ, କୃଷି ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ସବୁ ବର୍ଗର ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ। ବଜେଟରେ ଡବଲ ଇଞ୍ଜିନ ସରକାରର ବିକାଶମୂଳକ ଦୂରଦୃଷ୍ଟିର ପ୍ରତିଫଳନ ହୋଇଛି। ଚଳିତ ବଜେଟରୁ ରାଜ୍ୟର ଗରିବ, ଚାଷୀ, ମହିଳା, ଯୁବ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ବଞ୍ଚିତ ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହେବେ। ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବ। ଗାଁରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରର ବିକାଶ ହେବ।
କୃଷି ଓ କୃଷକ ସଶକ୍ତିକରଣ
-ସମୃଦ୍ଧ କୃଷକ ଯୋଜନା: ୬୦୮୮ କୋଟି
-ସିଏମ କିଶାନ: ୨୦୩୦ କୋଟି
-କୃଷି ଯାନ୍ତ୍ରିକୀକରଣ ଓ କୃଷି ଉଦ୍ୟୋଗ: ୮୪୧ କୋଟି ଟଙ୍କା
-ଶ୍ରୀ ଅନ୍ନ ଅଭିୟାନ : ୪୦୦ କୋଟ
ମତ୍ସ୍ୟ ଓ ପଶୁ ସମ୍ପଦ ଉନ୍ନୟନ ବିଭାଗ
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା : ୨୪୫ କୋଟି
ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା: ୨୦୧ କୋଟି
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା : ୧୫୯ କୋଟି
ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା : ୧୮୫ କୋଟି
ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ
ଜଳ କ୍ଷେତ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ: ୧୦୧୦ କୋଟି
ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ : ୨୩୦୭ କୋଟି
ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି : ୨୨୮୨ କୋଟି
ଇନଷ୍ଟ୍ରିମ୍ ଷ୍ଟୋରେଜ୍ ନିର୍ମାଣ: ୧୦୦୦ କୋଟି
ସ୍ୱାସ୍ଥ୍ୟ-ସମସ୍ତଙ୍କ ପାଇଁ ସେବା
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା : ୬୩୦୯ କୋଟି
ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ : ୫୦୦୮ କୋଟି
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ : ୧୯୫୮ କୋଟି
ନିର୍ମଳ : ୯୮୬ କୋଟି
ଶିକ୍ଷା: ସମୃଦ୍ଧ ଜୀବନ
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ : ୧୦୧୦ କୋଟି
ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ : ୭୩୨ କୋଟି
ସମଗ୍ର ଶିକ୍ଷା : ୩୮୦୫ କୋଟି
ପି.ଏମ ପୋଷଣ : ୧୨୭୮ କୋଟି
ଓଡ଼ିଶା ଆଦର୍ଶ ବିଦ୍ୟାଳୟ : ୧୨୨୪ କୋଟି
ପରିବହନ
ରେଳ ପ୍ରକଳ୍ପର ବିକାଶ : ୪୫୦ କୋଟି
ବିମାନ ଚଳାଚଳ ଭିତ୍ତିଭୂମିର ଉନ୍ନତି : ୫୧୧ କୋଟି
ଗ୍ରାମାଞ୍ଚଳ ପରିବହନ : ୧୦୮୫ କୋଟି
ସବୁଜ ଓଡ଼ିଶା – ବିଦ୍ୟୁତ ଯାନ ନୀତି : ୨୫୦ କୋଟ
ଅଟଳ ବସ୍ ଷ୍ଟାଣ୍ଡ : ୧୧୦୩ କୋଟି
ସଡ଼କ ଓ ସେତୁ
ଗ୍ରାମୀଣ ସଡ଼କ : ୨୭୫୧ କୋଟି
ରାସ୍ତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ରାସ୍ତା କାର୍ଯ୍ୟ : ୬୫୦୦ କୋଟି
ସେତୁବନ୍ଧ ନିର୍ମାଣ : ୧୭୦୦ କୋଟି
ରାଜଧାନୀ ରାସ୍ତା ବିକାଶ କାର୍ଯ୍ୟକ୍ରମ : ୩୫୦ କୋଟି
ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା : ୨୦୦ କୋଟି
ପର୍ଯ୍ୟଟନ ଓ ହସ୍ତତନ୍ତ
ପର୍ଯ୍ୟଟକଙ୍କ ବାସସ୍ଥାନ ନିର୍ମାଣ : ୫୦୦ କୋଟି
ପର୍ଯ୍ୟଟନ ସମ୍ବନ୍ଧୀୟ ସୂଚନା ଓ ପ୍ରଚାର : ୩୮୮ କୋଟି
ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନା : ୧୦୨ କୋଟି
ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା : ୭୨ କୋଟି
ଓଡ଼ିଆ ଅସ୍ମିତା
ସଂସ୍କୃତି ନିର୍ଦ୍ଦେଶାଳୟ : ୧୪୩ କୋଟି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା : ୧୫୦ କୋଟି
ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା : ୩୦ କୋଟି
ସାଂସ୍କୃତିକ ଅନୁଷ୍ଠାନକୁ ଅନୁଦାନ : ୫୧ କୋଟି
କ୍ରୀଡ଼ା ଓ ଯୁବସେବା
କ୍ରୀଡ଼ା ଭିତ୍ତିଭୂମିର ବିକାଶ : ୨୦୦ କୋଟି
କ୍ରୀଡ଼ା ଏବଂ ଖେଳ ପାଇଁ ଅନୁଦାନ ଏବଂ ସହାୟତା : ୬୦ କୋଟି
ଫିଟ୍ ଓଡ଼ିଶା ମିଶନ : ୧୦ କୋଟି
କ୍ରୀଡା ପ୍ରତିଯୋଗିତା ଆୟୋଜନ : ୧୦୦ କୋଟି ଟଙ୍କା
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ
କାମ୍ପା : ୧୦୧୯ କୋଟି
ବନ୍ୟପ୍ରାଣୀ ସୁରକ୍ଷା ଏବଂ ସଂରକ୍ଷଣ ପଦକ୍ଷେପ : ୭୫ କୋଟି
ରାଜ୍ୟରେ ସବୁଜ ଆଚ୍ଛାଦନ ବୃଦ୍ଧି : ୨୦ କୋଟି
ସବୁଜ ମହାନଦୀ ମିଶନ : ୨୦ କୋଟି
ମୁଖ୍ୟମନ୍ତ୍ରୀ କେନ୍ଦୁ ପତ୍ର କଲ୍ୟାଣ ପାଣ୍ଠି: ୧୧୭ କୋଟି
ଶକ୍ତି
ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା : ୨୩୧୩ କୋଟି
ଓଡିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା : ୯୫୭ କୋଟି
ସରକାରୀ ଉଦ୍ୟୋଗ/କର୍ପୋରେସନକୁ ଋଣ: ୫୦୦ କୋଟି
ବେସାମରିକ ଭିତ୍ତିଭୂମିର ସୁଦୃଢ଼ୀକରଣ : ୨୦୯ କୋଟି
ଶିଳ୍ପ ଏବଂ ଏମ୍ଏସ୍ଏମ୍ଇ
ଶିଳ୍ପ ଭିତ୍ତିଭୂମି ରକ୍ଷଣାବେକ୍ଷଣ ପାଣ୍ଠି: ୧୬୦ କୋଟି
ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପାଇଁ ଅନୁଦାନ : ୨୮୮ କୋଟି
ଅନ୍ୟାନ୍ୟ ଶିଳ୍ପର ପ୍ରୋତ୍ସାହନ ପାଇଁ ଯୋଜନା : ୨୦୭ କୋଟି
ସରକାରୀ ଉଦ୍ୟୋଗ ଏବଂ ଅନ୍ୟାନ୍ୟ ଉଦ୍ୟୋଗଗୁଡ଼ିକୁ ସହାୟତା: ୧୭୮ କୋଟି










