21.1 C
Bhubaneswar
Tuesday, February 10, 2026
Homeଜୀବନଶୈଳୀକେଉଁ ଦିଗରେ ଲଗାଇବେ ଦର୍ପଣ ?

କେଉଁ ଦିଗରେ ଲଗାଇବେ ଦର୍ପଣ ?

ଭୁବନେଶ୍ୱର : ଯଦି ଆପଣ ଘରେ ଦର୍ପଣ ରଖୁଛନ୍ତି ତେବେ ଜାଣି ରଖନ୍ତୁ କିଛି କଥା । ଯବାନ୍ର ବହୁ ଛୋଟ ଛୋଟ କଥା ଆମକୁ ଆଗକୁ ବଢିବାର ବାଟ ଦେଖାଇଥିବା ବେଳେ ଆଉ କିଛି ମଧ୍ୟ ଆମକୁ ନିମ୍ନ ଗାମୀ କରି ଥାଏ । ତେବେ ଆମକୁ ପ୍ରତିଟି ଛୋଟ ଛୋଟ କଥା ଉପରେ ନଜର ରଖିବା ଆବଶ୍ୟକ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ସଭିଁଙ୍କୁ ଘରେ ଦର୍ପଣ ଲଗାଇବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଭୁଲ୍‌‌ ଦିଗରେ ଦର୍ପଣ ଲଗାଇ ଥିଲେ ତୁରନ୍ତ ଏହାର ସ୍ଥାନ ପରିବର୍ତ୍ତନ କରନ୍ତୁ। ଭୁଲ୍‌‌ ଦିଗରେ ଦର୍ପଣ ଲଗାଇବା ଦ୍ୱାରା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ବାସ୍ତୁ ଅନୁଯାୟୀ, ଦର୍ପଣକୁ କଦାପି ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ କାନ୍ଥରେ ଲଗାନ୍ତୁ ନାହିଁ। ଏହି ଦିଗରେ ଦର୍ପଣ ଲଗାଇଥିଲେ ଏହା କଳହର କାରଣ ପାଲଟି ଥାଏ। ଘରେ କଳହ ଲାଗି ରହିଥାଏ। ପରିବାରରେ ଅଶାନ୍ତି ବୃଦ୍ଧି ପାଇଥାଏ। ଏହି ଦିଗରେ ଦର୍ପଣ ଥିଲେ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ଘରେ ସର୍ବଦା ଦର୍ପଣ ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇବା ଉଚିତ୍‌‌। ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ଘରେ କଦାପି ଭଙ୍ଗାତୁଟା କାଚ କିମ୍ବା ଭଙ୍ଗା ଦର୍ପଣ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking