ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ମାତ୍ର ରାଜ୍ୟରେ କାହିଁକି ବଢୁଛି ପିଆଜ ଦର ? ୨୦୨୩-୨୪ ରେ ଆବଶ୍ୟକତା ୩ ଲକ୍ଷ ୭୫ ହଜାର ମେଟ୍ରିକ ଟନ। ଉତ୍ପାଦନ ହୋଇଥିଲା ୪ ଲକ୍ଷ ୨୦ ହଜାର ମେଟ୍ରିକ ଟନ । ଏ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ବିଧାୟକ ପ୍ରଶ୍ନ କରିଛନ୍ତି ଯେ , ଓଡିଶା ପିଆଜ ଯାଉଛି କୁଆଡେ ?