26.1 C
Bhubaneswar
Wednesday, March 25, 2026
Homeଓଡିଶାକିଟ୍ ଏବଂ ସିଭିରମଣ ଛାତ୍ର ଛାତ୍ରୀ ମୃତ୍ୟୁ ରହସ୍ୟର ପରଦା କେବେ ହଟିବ- ଛାତ୍ର କଂଗ୍ରେସ

କିଟ୍ ଏବଂ ସିଭିରମଣ ଛାତ୍ର ଛାତ୍ରୀ ମୃତ୍ୟୁ ରହସ୍ୟର ପରଦା କେବେ ହଟିବ- ଛାତ୍ର କଂଗ୍ରେସ

ଭୁବନେଶ୍ୱର : ରାଜ୍ୟର ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ର ଓ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ସଂପୂର୍ଣ୍ଣ ସଂଦେହ ଘେରରେ। ଏହି ଅଳ୍ପ କିଛିଦିନ ତଳେ କିଟ୍ ବିଶ୍ୱବିଦ୍ୟାଳୟର ଜଣେ ନେପାଳି ଛାତ୍ରୀ ମୃତ୍ୟୁବରଣ କରିଥିଲା। ଏବେ ମଧ୍ୟ ଆଉ ଜଣେ କିଟ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରୀ ମୃତ୍ୟୁବରଣ କରିଛନ୍ତି। ସିଭିରମଣ ଛାତ୍ର ନେତା ତପନ କୁମାର ଆଚାର୍ଯ୍ୟ ଓ କିଟ ବିଶ୍ୱବିଦ୍ୟାଳୟର ମୃତ୍ୟୁ ଘଟଣାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଏକ ମହମବତୀ ଶୋଭା ଯାତ୍ରା ଏବଂ ନୀରବ ପ୍ରାର୍ଥନା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ କରାଯାଇଥିଲା। ଆସନ୍ତା ଦିନରେ କେଉଁ କାରଣରୁ ଏଇ ଦୁଇ ନୀରିହ ଛାତ୍ରଙ୍କ ଜୀବନ ଅକାରଣରେ ଗଲା ତାହାର ଶୀଘ୍ର ତଦନ୍ତ କରାଯାଉ। ଯଦି କୌଣସି ଅଧିକାରଙ୍କ ଏଥିରେ ସଂପୃକ୍ତ ଥାଏ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଛାତ୍ର କଂଗ୍ରେସ ଓଡ଼ିଶା ପ୍ରଭାରୀ ଚୁନୁ ସିଂ, ଅଖିଳେଷ ଯାଦବ, ସୁନିଲ କୁମାର ସାହୁ, ସାହାରୁଖ ଖାନ, ସିଦ୍ଧାନ୍ତ ଓମ ପ୍ରକାଶ ଏବଂ ବିଜୟ କୁମାର ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking