15.1 C
Bhubaneswar
Monday, December 22, 2025
Homeଓଡିଶାକେବେ ଆଉ ଚେତିବ ବିଜେପି ସରକାର: ନବୀନ

କେବେ ଆଉ ଚେତିବ ବିଜେପି ସରକାର: ନବୀନ

ଭୁବନେଶ୍ୱର: ସହିଦ ନଗର ଗଣଦୁଷ୍କର୍ମ ଘଟଣାରେ ମୋହନ ସରକାରଙ୍କୁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ କଡା ସମାଲୋଚନା କରିଛନ୍ତି । ଓଡିଶାର ରାଜଧାନୀ ଭୁବନେଶ୍ୱରରେ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଇଛା କରୁଛନ୍ତି ରାଜଧାନୀ ଛାଡି ନିଜ ଗାଁକୁ ଫେରିଯିବା ପାଇଁ । କିନ୍ତୁ ସରକାର ଓ ପୋଲିସ ପ୍ରଶାସନ ନିଘୋଡ ନିଦ୍ରାରେ ଶୋଇଛନ୍ତି । ଏନେଇ ନବୀନ ମୋହନ ସରାକାରଙ୍କୁ କହିଛନ୍ତି ଯେ ମହିଳାଙ୍କ ପାଇଁ ଅସୁରକ୍ଷିତ ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ବର, ପୁଣି କଳଙ୍କ ମୁଣ୍ଡାଇଛି ଓଡ଼ିଶା। କେବେ ଆଉ ଚେତିବ ବିଜେପି ସରକାର? ଦିନଦ୍ୱିପହରେ ପୁଣି ଜଣେ ନାବାଳିକା ଭୁବନେଶ୍ବରରେ ଗଣଦୁଷ୍କର୍ମର ଶିକାର ହେବା ଅତ୍ୟନ୍ତ ସ୍ପର୍ଶକାତର ବିଷୟା କୁଆଡ଼େ ଯାଇଛି ଆଇନଶୃଙ୍ଖଳା? ‘ଲୋକଙ୍କ ସରକାର’ର ମିଛ ପ୍ରହେଳିକା କରୁଥିବା ସରକାର ଲୋକଙ୍କୁ ସୁରକ୍ଷା ଦେଉଛି ତ? ଧଉଳି ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ବର୍ବର କାଣ୍ଡ ସାଧାରଣ ଜନତାଙ୍କୁ ଆତଙ୍କିତ କରିଦେଇଛି। ରାଜଧାନୀରେ ମା’ଭଉଣୀମାନେ ଅସୁରକ୍ଷିତ ମନେ କଲେଣି। ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ବିଜେପି ସରକାରର ଅପାରଗତା ଜଳଜଳ ଦେଖାଯାଉଛି। ସ୍ଥିତି ଆହୁରି ବିଗିଡ଼ିବା ପୂର୍ବରୁ ସରକାର ସଜାଗ ହୁଅନ୍ତୁ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ଦିଗରେ ସରକାର ଆଗୁଆ ତତ୍ପର ହେବା ସହ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking