21.1 C
Bhubaneswar
Monday, February 2, 2026
Homeଅପରାଧଯାଆଁଳା ଝିଅ ଜନ୍ମ ହେବାରୁ ମାରି ପୋତିଦେଲା ନୃସଂଶ ବାପା

ଯାଆଁଳା ଝିଅ ଜନ୍ମ ହେବାରୁ ମାରି ପୋତିଦେଲା ନୃସଂଶ ବାପା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା। ଯାଆଁଳା ଝିଅ ଜନ୍ମ ହେବାରୁ ମାରି ପୋତିଦେଲା ବାପା। ସୂଚନା ଅନୁସାରେ, ଦିଲ୍ଲୀର ଏକ ନିକଟସ୍ଥ ଗ୍ରାମରେ ପୂଜା ସୋଲାଙ୍କି ନାମକ ଜଣେ ମହିଳା କିଛି ଦିନ ତଳେ ଦୁଇ ଯାଆଁଳା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ହେଲେ ଯାଆଁଳା ଜନ୍ମ ହେବାରୁ ବ୍ୟକ୍ତି ଜଣଙ୍କ ଖୁସି ନଥିଲେ। ତେଣୁ ସେମାନଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲେ। ଜୁନ୍ ୧ରେ ପୂଜା ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ବାପଘରକୁ ଯିବାକୁ କହିଥିଲେ। ତାଙ୍କ ଭାଇ ମଧ୍ୟ ସେମାନଙ୍କୁ ନେବା ପାଇଁ ଆସିଥିଲେ। ହେଲେ ପୂଜାଙ୍କ ସ୍ୱାମୀ ନୀରଜ ଅନ୍ୟ ଏକ କାରକୁ ଦୁଇ ଝିଅକୁ ନେବା ସହ ତାଙ୍କୁ ପିଛା କରିବାକୁ କହିଥିଲେ। କିଛି ବାଟ ଯିବା ପରେ ନୀରଜ ରାସ୍ତା ବଦଳାଇ ଅନ୍ୟତ୍ର ପଳାଇ ଯାଇଥିଲେ। ତାଙ୍କୁ ଯେତେ କଲ୍ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ଅନେକ ସମୟ ଖୋଜାଖୋଜି କରିବା ପରେ ଶିଶୁଙ୍କୁ ମାରି ଦେଇଥିବା ଜାଣିବାକୁ ପାଇଥିଲେ। ଏନେଇ ପୂଜା ଓ ତାଙ୍କ ଭାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ତଦନ୍ତ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking