27.1 C
Bhubaneswar
Wednesday, March 25, 2026
Homeଓଡିଶାଯେତେବେଳେ ଏସସିବିରେ ରୋଗୀ ଜଳୁଥିଲେ ସେତେବେଳେ ଟିଭିରେ କୋଟି କୋଟି ଟଙ୍କାରେ ଏମଏଲଏ ନିଲାମ ଖବର...

ଯେତେବେଳେ ଏସସିବିରେ ରୋଗୀ ଜଳୁଥିଲେ ସେତେବେଳେ ଟିଭିରେ କୋଟି କୋଟି ଟଙ୍କାରେ ଏମଏଲଏ ନିଲାମ ଖବର ଆସୁଥିଲା : ଭକ୍ତ

କଟକଠାରେ ଆୟୋଜିତ, ଏସସିବି ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କଟକଠାରେ ଆୟୋଜିତ ସଦଗତି କାମନା ତଥା ପ୍ରତିବାଦ ସଭାରେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କୁ ଚରମ ବାଣୀ ଶୁଣାଇଛନ୍ତି ସେ କହିଛନ୍ତି ଯେ, ସରକାର ଜିତିବା ଦିନ ଠାରୁ ରାଜ୍ୟରେ ହଜାର ହଜାର ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ଘଟୁଛି l ଦିନକୁ ଏଭଳି 3/4ଟି ଘଟଣା ଓ ହତ୍ୟା ହେଇ ଚାଲିଛି l ସରକାର ବିଧାନସଭା ସଭାରେ କହିଲା, ଦୁଷ୍କର୍ମ ଗୋଟିଏ ଇସ୍ୟୁ ନୁହେଁ ତେଣୁ ହାଉସ କମିଟି ଗଠନ କରା ଯାଇପାରିବ ନାହିଁ l ଲୋକେ ହଇଜାରେ ମୃତ୍ୟୁ ବରଣ କଲେ, ଚାଷୀ ଆତ୍ମହତ୍ୟା କଲେ, ଅଖାଦ୍ୟ ଖାଇ ମୃତ୍ୟୁ ବରଣ କଲେ, ଡାକ୍ତରଖାନାରେ ମୃତ୍ୟୁ ବରଣ କଲେ ସରକାର ଦାୟୀ ନୁହନ୍ତି କିମ୍ବା ଏଥିପ୍ରତି ଯତ୍ନବାନ ମଧ୍ୟ ନୁହନ୍ତି l ଏସସିବି ମେଡିକାଲରେ ମୃତ୍ୟୁ ହତ୍ୟା ନୁହେଁ ତ ଆଊ କଣ? ଏହା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଲୋକେ ଆଇସିୟୁକୁ କେତେବେଳେ ଯାଆନ୍ତି, ଜୀବନ ବଞ୍ଚାଇବାକୁ ଶେଷ ଉଦ୍ୟମ କରନ୍ତି l ଚଉଦ ଜଣ ମୃତ୍ୟୁ ବରଣ କରିଥିବା ପରିବାରର ମାନସିକ ଅବସ୍ଥା କେମିତି ଥିବ? ଏମାନଙ୍କ ମୃତ୍ୟୁ ପାଇଁ ସରକାର, ପ୍ରଶାସନ, ଡାକ୍ତରଖାନା କତୃପକ୍ଷ ଦାୟୀ ନୁହେଁ ତ ଆଊ କିଏ? ଅନ୍ୟାୟ ବିରୁଦ୍ଧରେ ଜନସାଧାରଣ ସ୍ୱର ଉତ୍ତୋଳନ କରିବେ l ଆଜି ସମସ୍ତ ବିରୋଧୀ ଦଳ ପ୍ରତିବାଦ କରୁଛୁ ମାନନୀୟ ନବୀନ ପଟ୍ଟନାୟକଙ୍କ ସହମତିରେ ଏବଂ ମାନନୀୟ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ଖଡ଼ଗେଜିଙ୍କ ନିର୍ଦେଶ କ୍ରମେ ଆଜି କଂଗ୍ରେସ ଦଳ ବିଜେଡି ଓ ବାମ ଦଳଙ୍କ ସାଥିରେ ସର୍ବଦଳୀୟ ପ୍ରତିବାଦ କରୁଛି l ଏହି ଲଢେଇକୁ ଯଦି କିଏ ସାଧାରଣ ଚିନ୍ତା କରିବ ତେବେ ମୂର୍ଖାମୀ ହେବ l

ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଦେବେ ତ ଭଲ କଥା, ନ ହେଲେ ଆମ ବିଧାୟକଗଣ ସରକାରଙ୍କୁ ବିଧାନସଭାରୁ ଆଣି ବାହାରେ ଫିଙ୍ଗି ଦେବେ l ବିରୋଧୀ ଦଳର 65 ବିଧାୟକ ଅଛନ୍ତି ତାଙ୍କ 80-84 ମଧ୍ୟ କାମ ଦେବ ନାହିଁ l ସରକାର ଗଣତନ୍ତ୍ର ପ୍ରତି ସାମାନ୍ୟ ସମ୍ମାନ ତ ପ୍ରଦର୍ଶନ କରୁ l ଆମ ବିଧାୟକ ଅହରହ ପ୍ରତିବାଦ କରୁଛନ୍ତି l ଆଜି କଳା ଶାର୍ଟ ପିନ୍ଧି ବିଧାନସଭାରେ ପ୍ରଦର୍ଶନ କରିଛନ୍ତି l ସରକାରକୁ କଣ ସାମାନ୍ୟ ଲଜ୍ୟା ନାହିଁ l ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଏତେ ଅନୁକମ୍ପା କାହିଁକି? ଯଦି ସ୍ୱାସ୍ଥ୍ୟମନ୍ତ୍ରୀ ନ ରହିଲେ ସରକାର ଚାଲିବ ନାହିଁ ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଦିଅ l ସବୁ ଡାକ୍ତରଖାନାରେ ନିଆଁ ଜଳିବ ଏବଂ ଏପରି ହତ୍ୟା ଚାଲିବ l ଆମେ ବିଧାନସଭା ଘେରାଉ କରିଥିଲୁ ଏବଂ ଏହା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ତେବେ ସମସ୍ତ ବିରୋଧୀ ଦଳ ମିଳିତ ହୋଇ ଲଢେଇ କଲେ ଅବସ୍ଥା କେମିତି ହେବ ସରକାର ଚିନ୍ତା କରନ୍ତୁ l ଏସସିବିରେ ମୃତ୍ୟୁ ବରଣ କରିଥିବା ଚଉଦ ଜଣଙ୍କ ମୃତ୍ୟୁ ହୋଇନାହିଁ, ହତ୍ୟା କରାଯାଇଛି l କାହିଁକି ନିର୍ଲଜ ଭାବରେ ଏ ସରକାର ରହିଛି ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଉନାହାନ୍ତି l ଯେତେବେଳେ ଏସସିବିରେ ନିଆଁଜଳି ରୋଗୀ ମୃତ୍ୟୁ ବରଣ କରୁଥିଲେ ସେତେବେଳେ ଟିଭିରେ ଘୋଡା ବେପାର କଥା ଚାଲୁଥିଲା l ଏମଏଲଏଙ୍କୁ କିଣିବା କଥା ଚାଲୁଥିଲା l 2-5-15 କୋଟି ଟଙ୍କାରେ ନିଲାମ ଖବର ଚାଲିଥିଲା l ମେଡିକାଲର ଦୁଃଖଦ ଘଟଣା ଚାଲିବା ପରିବର୍ତ୍ତେ ନିଲାମ କଥା ଚାଲିଥିଲା l ଦୁର୍ଭାଗ୍ୟ ଆମ ରାଜ୍ୟର l ଏହା ଗଣତନ୍ତ୍ରର ଓଡିଶା? ଜ୍ଞାନୀ ଗୁଣି ଗୋପବନ୍ଧୁ ମଧୁବାବୁଙ୍କ ଓଡିଶା? ଏଥିପାଇଁ କଣ ସେମାନେ ଲଢେଇ କରିଥିଲେ ଏହି ଅବହେଳା ହତ୍ୟା ପାଇଁ? ଏହି ସରକାର କ୍ଷମତାରେ ରହିବା ପାଇଁ ସମସ୍ତେ ପ୍ରକାର ଦୁର୍ନୀତି କରିପାରିବ କିନ୍ତୁ ନାଗରିକ ଓ ମାନବତା ସୁରକ୍ଷା ପାଇଁ କିଛି କରି ପାରିବ ନାହିଁ l ତେବେ ତାଙ୍କୁ ସରକାରରେ ବସିବା ପାଇଁ ଗୋଟିଏ ଦିନ ମଧ୍ୟ ଅଧିକାର ନାହିଁ l ଯଦି 2-3 ଦିନ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେବେ ନାହିଁ ତେବେ କଣ ହେବ କଳନା କରି ହେବ ନାହିଁ l ସମୟ ତାର ଉଚିତ ଜବାବ ଦେବ ବୋଲି ଶ୍ରୀ ଦାସ ଶହ ଶହ ସଂଖ୍ୟାରେ ସଭାରେ ଯୋଗ ଦେଇଥିବା ଜନତାଙ୍କୁ କହିଥିଲେ l ଏହି ସଭାରେ ବିଜେଡି, ବାମଦଳ ଓ କଂଗ୍ରେସ ଦଳର ବହୁ ନେତୃବୃନ୍ଦ, କର୍ମକର୍ତ୍ତା ଓ ସାଧାରଣ ଜନତା ଯୋଗ ଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking