19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିରରେ ଛାତରୁ ଗଳୁଛି ପାଣି

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିରରେ ଛାତରୁ ଗଳୁଛି ପାଣି

ଅଯୋଧ୍ୟା : ରାମ ମନ୍ଦିର ପ୍ରାଣ ପତିଷ୍ଠାକୁ ବର୍ଷେ ନପୂରୁଣୁ ବର୍ଷା ହେଲେ ମନ୍ଦିର ଭିତରେ ପାଣି ପଡୁଛି। ମନ୍ଦିରର ପୂରୋହିତ ଏ ସଂପର୍କରେ ଗଣମାଧ୍ୟମ‌ରେ ସୂଚନା ଦେଇଛନ୍ତି। ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ସୋମବାର କହିଛନ୍ତି ଯେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଥିବା ପବିତ୍ର ମନ୍ଦିରର ଛାତରୁ ଜଳ ପ୍ରବାହିତ ହେଉଛି ବୋଲି। ମନ୍ଦିର ନିର୍ମାଣରେ ଅବହେଳା ଅଭିଯୋଗ କରି ସେ ଦାବି କରିଛନ୍ତି କି ଶନିବାର ମଧ୍ୟରାତ୍ରିରେ ବର୍ଷା ହେବା ପରେ ମନ୍ଦିର ପରିସରରେ ବର୍ଷା ଜଳ ଜମି ଯାଇଥିଲା। ଏପରିକି ବର୍ଷା ଜଳ ନିଷ୍କାସନ ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ। ସେ ଏବେ ଆବଶ୍ୟକ ସଂଶୋଧନ ପଦକ୍ଷେପ ନେବାକୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏହାକୁ ୬ ମାସ ପୂରିଥିବା ବେଳେ ଛାତରୁ ପାଣି ଗଳିବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଏହ ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ । ସେ କହିଛନ୍ତି ପ୍ରଥମ ବର୍ଷା ପରେ ରାମ ମନ୍ଦିରର ଛାତରୁ ପାଣି ଲିକ୍ ହେବା ଆରମ୍ଭ ହୋଇଛି। ଯେଉଁଠି ରାମ ଲାଲାଙ୍କ ମୂର୍ତ୍ତି ରଖାଯାଇଛି, ସେହି ନିକଟରେ ଛାତରୁ ପାଣି ଗଳୁଛି। ସେହିପରି ୨୦୨୫ ସୁଦ୍ଧା ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ପ୍ରକଟ କରିଛନ୍ତି ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସ। ସେହିପରି ଶ୍ରୀରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ମଧ୍ୟ ମନ୍ଦିରର ପ୍ରଥମ ମହଲାରୁ ବର୍ଷା ପାଣି ଲିକ୍ ହେଉଥିବା ସ୍ପଷ୍ଟ କରିଛନ୍ତି। ଛାତ ମରାମତି ଏବଂ ପାଣି ନିଷ୍କାସନ ପାଇଁ ନିର୍ଦେଶ ଦେଇଥିବା କହିଛନ୍ତି। ଶିଖର ନିର୍ମାଣ ସରିଲେ ସେହି ସ୍ଥାନ ନିବୁଜ ହେବ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking