ଭୁବନେଶ୍ୱର: କେବେ ହେବ ପୋଲିସ ଏସଆଇ ପରୀକ୍ଷା । ଧାରଣାରେ ବସିଲେ ଆଶାୟୀ । ପରୀକ୍ଷା ତାରିଖ ଘୋଷଣା ଦାବିରେ ଲୋୟର ପିଏମଜିରେ ଆଶାୟୀ ପ୍ରତିବାଦ କରିଛନ୍ତି । କେଉଁ ସ୍ଥିତିରେ ଅଛି ସିବିଆଇ ତଦନ୍ତ, କେବେ ହେବ ପରୀକ୍ଷା ପଚାରିଲେ ଛାତ୍ରଛାତ୍ରୀ । ଆମ ବୟସ ଗଡି ଯାଉଛି କହି କ୍ଷୋଭ ଜଣାଇଲେ ଆଶାୟୀ ପରୀକ୍ଷାର୍ଥୀ । ଷ୍ଟୁଡେଣ୍ଟ ଏଗେନେଷ୍ଟ କରପ୍ସନ ନେତୃତ୍ୱରେ ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ।









