ଯାଜପୁର: ଯାଜପୁର ଜିଲ୍ଲା ରେ ବିଜେଡ଼ି ଓ ବିଜେପି ମଧ୍ୟ ରେ ବିବାଦ ରାଜ୍ୟ ରାଜ୍ୟ ନୀତି କୁ ଦୋହଲାଇ ଦେଲନି ଯାଜପୁର ରେ ଦୁଇ ଦଳ ମଧ୍ୟ୍ୟ ରେ ଆରୋପ ପ୍ରତି ଆରୋପ ରେ ଚର୍ଚ୍ଚା ବିନ୍ଦୁ ସାଜିଛି ଏବେ ଧିରେ ଧିରେ ତେଜିବାରେ ବିଞ୍ଝାରପୁର ରେ ଗହମ ଦୁର୍ନୀତି ରାଜନୀତି। ବିଗତ ଦିନରେ ଗହମ ଯୋଗାଣ ରେ ଦୁର୍ନୀତି ର ଅଭିଯୋଗ ଆଣି ବିଜେପି ବିଧାୟିକା ପ୍ରମିଳା ମଲ୍ଲିକ ଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ବିଧାୟିକା ସାମ୍ବାଦିକ ସମ୍ମିଳନୀ କରି ବିଜେପି କୁ ଟାର୍ଗେଟ କରିଛନ୍ତି। ଯଦି କୌଣସି ଦୁର୍ନୀତି ହୋଇଛି ଶାସକ ଦଳ ହିସାବ ରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ନ ନେଇ ବିଜେପି ଶସ୍ତା ରାଜନୀତି ବନ୍ଦ କରୁ ବୋଲି ପ୍ରମିଳା କହିଛନ୍ତି। ଦୁର୍ନୀତିଗ୍ରସ୍ତ ଅଫିସର ଓ ଡିଲର ଓ ସପ୍ଲାୟାର ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନ ନେଲେ ବିଜେଡ଼ି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ପ୍ରମିଳା।










