34.1 C
Bhubaneswar
Friday, October 18, 2024
Homeଓଡିଶାଆସିଲା ହ୍ୱାଟସ ଆପ୍‌ର ସୁରକ୍ଷା କବଚ ଫିଚର..

ଆସିଲା ହ୍ୱାଟସ ଆପ୍‌ର ସୁରକ୍ଷା କବଚ ଫିଚର..

ନୂଆଦିଲ୍ଲୀ: ହ୍ୱାଟସ ଆପ ଲଞ୍ଚ୍ କଲା ପୁଣିଥରେ ନୂଆ ଦମଦାର ଫିଚର । ଏହି ନୂଆ ଫିଚର ଆପଣଙ୍କୁ ସାଇବର ଠକ ଏବଂ ଅନ୍ୟାନ ଅଜଣା ବିପଜ୍ଜନକ ହ୍ୱାଟସ ଆପର ଗ୍ରୁପ ବା କମ୍ୟୁନିଟିରୁ ଆପଣକୁ ଦୂରେଇ ରଖିବାରେ ସାହାଯ୍ୟ କରିବ । ଏହା ଆପଣଙ୍କର ସୁରକ୍ଷା କବଚ ପରି ସାହାଯ୍ୟ କରିବ । ଆପଣ ଲକ୍ଷ୍ୟ କରିଥିବେ ପ୍ରାୟ କିଛି ଅଜଣା ବ୍ୟକ୍ତି ବିଭିନ୍ନ ଗ୍ରୁପରେ ଆପଣଙ୍କୁ ଯୋଡିଥାନ୍ତି । ବର୍ତ୍ତମାନ ମାର୍କେଟରେ ଏହି ନୂଆ ଫିଚର ଦ୍ୱାରା ଆପଣଙ୍କୁ କୌଣସି ବି ଅଜଣା ଗ୍ରୁପରେ କେହି ଯୋଡି ପରିବେ ନାହିଁ । ଆପଣଙ୍କୁ କିଛି ଗ୍ରୁପରେ ଯୋଡିବାକୁ ହେଲେ, ତାଙ୍କୁ ଅନେକ ନିୟମ ସହିତ ସେହି ଗ୍ରୁପରେ ସାମିଲ କରବାକୁ ପଡିବି । କିଛିଦିନ ତଳେ ଏପରି ମାମଲାରେ ଏକ ମହିଳାଙ୍କର ହ୍ୱାଟସ ଆପ ନମ୍ବରରେ ଅଜଣା ଗ୍ରୁପରେ କୌଣସି ଏକ ଅଜଣା ବ୍ୟକ୍ତି ତାଙ୍କୁ ସେହି ଅଜଣା ଗ୍ରୁପରେ ସାମିଲ କରିଥିଲେ ।

ପରବର୍ତ୍ତୀ ସମୟରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିଲା । ଏପରି ନିରୀହ ଲେକମାନେ ଠକାମିରୁ ରକ୍ଷା ପାଇବା ପାଇଁ ହ୍ୱାଟସ ଆପ ଆଣିଛି ତାର ଏହି ନୂଆ ସୁରକ୍ଷା କବଚ । ସୂଚନା ଅନୁସାରେ, ଯଦି ଆପଣଙ୍କୁ କେହି ବ୍ୟକ୍ତି କୌଣସି ଗ୍ରୁପରେ ସାମିଲ କରିବା ପାଇଁ ଚାହୁଁଛନ୍ତି । ଆପଣଙ୍କ ନମ୍ବର ଯୋଡିବା ପୂର୍ବରୁ ତାକୁ କିଛି ତଥ୍ୟ ଦେବାକୁ ପଡିବ । ଏଥିରେ ଆଡ କରୁଥିବା ବ୍ୟକ୍ତିଙ୍କୁ ଆଡ୍ କରିବା ପୂର୍ବରୁ ଜଣାଇବାକୁ ପଡିବ ଯେ ଏହି ଗ୍ରୁପ ବା କମ୍ୟୁନିଟି କିଏ କରିଛି । କେବେ ଗ୍ରୁପ ବା କମ୍ୟୁନିଟି ବନେଇଥିଲେ ଏବଂ ଏଥିସହ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ସହିତ ଜଣେଇବାକୁ ପଡିବ । ଏହି ନୂଆ ବ୍ୟବସ୍ଥାରେ ସାଧାରଣ ଲୋକମାନେ ମଧ୍ୟ ସମସ୍ତ ତଥ୍ୟ ପାଇପାରିବା ସହ ନିଜକୁ ସୁରକ୍ଷା ରଖିବାରେ ସକ୍ଷମ ହେବେ । ଏହି ନୂତନ ଫିଚର ଆପଣ ହ୍ୱାଟସ ଆପ ଅପଡେଟ୍ ପରେ ହିଁ ପାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking