26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଯାହା ଅନୁମାନ ଥିଲା, ତାହା ହିଁ ହେଲା; ବିଜେପିରେ ସାମିଲ ହେଲେ କୈଳାସ ଗେହଲଟ୍‌

ଯାହା ଅନୁମାନ ଥିଲା, ତାହା ହିଁ ହେଲା; ବିଜେପିରେ ସାମିଲ ହେଲେ କୈଳାସ ଗେହଲଟ୍‌

ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି। ଦିନକ ପୂର୍ବେ ଆମ୍ ଆଦ୍‌ମୀ ପାର୍ଟିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ନଜାଫଗଡ଼ ବିଧାୟକ କୈଳାସ ଗେହଲଟ୍ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସୋମବାର ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନରେ ଦାୟିତ୍ୱରେ ଥିବା ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ ଗୌତମ, କେନ୍ଦ୍ର ମନ୍ତ୍ରୀ ହର୍ଷ ମାଲହୋତ୍ରା ଏବଂ ରାଜ୍ୟ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚଦେବଙ୍କ ଭଳି ବିଜେପିର ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ଖଟ୍ଟର କୈଳସ ଗେହଲଟ୍‌ଙ୍କୁ ବିଜେପି ସଦସ୍ୟତା ପ୍ରଦାନ କରି ଦଳକୁ ସ୍ୱାଗତ କରିଛନ୍ତି।
୧୯ ଫେବୃଆରୀ ୨୦୧୫ରେ ପ୍ରଥମ ଥର ପାଇଁ ଆମ୍ ଆଦ୍‌ମୀ ପାର୍ଟି ନେତୃତ୍ୱାଧୀନ ଦିଲ୍ଲୀ ସରକାରରେ ପରିବହନ ମନ୍ତ୍ରୀ ଭାବେ କୈଳାଶ ଗେହଲଟ୍ ଶପଥ ଗ୍ରହଣ କରିଥିଲେ। ଏହା ପରେ ତାଙ୍କୁ କ୍ରମାଗତ ତିନି ଥର ମନ୍ତ୍ରୀ ମଧ୍ୟ କରାଯାଇଥିଲା। ତେବେ ସେ ଗତକାଲି ଆକସ୍ମିକ ଭାବେ ଆମ୍ ଆଦ୍‌ମୀ ପାର୍ଟିର ସଦସ୍ୟତା ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏତଦ୍‌ବ୍ୟତୀତ ସେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ପଠାଇଥିବା ନିଜ ଇସ୍ତଫା ପତ୍ର ସହ ଦଳ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ତେବେ ତାଙ୍କ ଇସ୍ତଫା ପ୍ରସଙ୍ଗରେ ଆପ୍ ପକ୍ଷରୁ କୁହାଯାଇଥିଲା ଯେ, କୈଳସ ଗେହଲଟ୍ ସିବିଆଇ ଏବଂ ଇଡି ତଦନ୍ତକୁ ନେଇ ଭୟଭୀତ ରହିଥିଲେ। କେବଳ ଗିରଫଦାରିରୁ ବର୍ତ୍ତିବା ପାଇଁ ସେ ବିଜେପିରେ ଯୋଗଦେଇଛନ୍ତି। ବିଜେପି ତାଙ୍କ ଉପରେ ଦୀର୍ଘଦିନରୁ ଚାପ ପକାଇ ଆସୁଥିଲା। ତେବେ ଆପ୍‌ର ଏପ୍ରକାର ସ୍ପଷ୍ଟୀକରଣକୁୂ କୈଳାସ ଗେହଲଟ୍ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସେ କୌଣସି ଚାପର ବଶବର୍ତ୍ତୀ ହୋଇ ଆପ୍ ଛାଡିନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking