ଭୁବନେଶ୍ୱର : ଆଜି ବସିବ ନୂଆ ସରକାରଙ୍କ ବଜେଟ୍ । ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗାମୀ ଆର୍ଥିକ ବର୍ଷର ଖସଡାର ସ୍ପଷ୍ଟ ହେବ ଚିତ୍ର । ଆମ ଓଡିଶା ନୂଆ ଓଡିଶା ବନ୍ଦ ହେବ କି ? ବିଏସକେୱାଇ ବନ୍ଦ ହେବ ନା ଚାଲିବ ବଜେଟରୁ ମିଳିବ ସଙ୍କେତ । ପୂର୍ବରୁ ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି କହିଛନ୍ତି ସରକାର । ସୁଭଦ୍ରା ଯୋଜନା ପାଇଁ ହେବ କି ବ୍ୟୟ ବରାଦ ? ଏମଏସପି ବାବଦ ବୋନଓ ପାଇଁ ହେବ କି ବ୍ୟୟ ବରାଦ ? କାଳିଆ ଯୋଜନା ବନ୍ଦ ନେଇ ସଙ୍କେତ ମିଳିବ କି ? କାଳିଆ ପାଇଁ ବ୍ୟୟ ବରାଦ ନହେଲେ ବନ୍ଦ ହେବ ଯୋଜନା ।










