35.1 C
Bhubaneswar
Monday, June 2, 2025
Homeଦେଶ ବିଦେଶଲଗାତାର ଦ୍ୱିତୀୟଥର ପାଇଁ ଡେଙ୍ଗୁ ହେଲେ ମୃତ୍ୟୁ ହେବାର ସମ୍ଭାବନା କେତେ? ଜାଣନ୍ତୁ..

ଲଗାତାର ଦ୍ୱିତୀୟଥର ପାଇଁ ଡେଙ୍ଗୁ ହେଲେ ମୃତ୍ୟୁ ହେବାର ସମ୍ଭାବନା କେତେ? ଜାଣନ୍ତୁ..

ନୂଆଦିଲ୍ଲୀ: ଡେଙ୍ଗୁ ଥରେ ଠିକ ହେବାପରେ ଦ୍ୱିତୀୟ ଥର ହୋଇଥାଏ କି? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଡେଙ୍ଗୁ ଏକ ଭାଇରସ ହୋଇଥାଏ । ଏହା ଯେକୌଣସି ବ୍ୟକ୍ତିକୁ ବାରମ୍ବାର ହୋଇପାରେ । ଏହା ଏପରି ନୁହେଁ ଯେ, ଜଣଙ୍କୁ ଥରେ ହେବା ପରେ ଆଉଜଣଙ୍କୁ ହେବ ନାହିଁ । ଡେଙ୍ଗୁ ମଶା ଏଡିଜ ଇଜିପ୍ଟିକୁ କାମୁଡିବା ପରେ କୌଣସି ବ୍ୟକ୍ତିଙ୍କୁ ହୋଇପାରେ । ଦ୍ୱିତୀୟ ଥର ଡେଙ୍ଗୁ ହେବାର ସମ୍ଭାବନା ସେହି ଲୋକଙ୍କୁ ହୁଏ ଯିଏ ଅଧିକ ଜଙ୍ଗଲ ଏବଂ ଗଛ-ଲତା ଅଞ୍ଚଳରେ ରୁହନ୍ତି ।

ଡାକ୍ତରଙ୍କ ମୁତାବକ କୌଣସି ବ୍ୟକ୍ତିଙ୍କୁ ଯଦି ଦ୍ୱିତୀୟଥର ଡେଙ୍ଗୁ ହୋଇଥାଏ ତେବେ ଏହା ଭୟଙ୍କର ରୂପ ନେଇପାରେ । ସେଥିପାଇଁ ଯଦି ଆପଣଙ୍କୁ ଥରେ ଡେଙ୍ଗୁ ହୋଇସାରିଛି ତେବେ ଚେଷ୍ଟା କରନ୍ତୁ ଏହା ଯେମିତି ଦ୍ୱିତୀୟ ଥର ନୁହେଁ । ଥରେ ଡେଙ୍ଗୁରୁ ବଞ୍ଚିବା ପରେ ଶରୀରରେ କମ୍ୟୁନିଟୀ ଦୃଢ ହୋଇଥାଏ । ହେଲେ ଏପରି କିଛି ପ୍ରମାଣ ହୋଇନାହିଁ ଯେ, ଡେଙ୍ଗୁ ଥରେ ହେବା ପରେ ଦ୍ୱିତୀୟ ଥର ହୁଏନି ବୋଲି ।

ଡବ୍ଲୁଏଚ୍‌ଓ ରିପୋର୍ଟ ମୁତାବକ ଡେଙ୍ଗୁର ୪ଟି ଷ୍ଟ୍ରେନ ରହିଛି । ଚାରୋଟି ସିରୋଟାଇପ ଆଣ୍ଟିଜେନିକ ଭାବେ ସମାନ ଅଟେ । ସେଥିରୁ ଯେକୌଣସି ଗୋଟିଏରେ ସଂକ୍ରମଣ ହେବାପରେ ମାତ୍ରା କିଛି ମାସ ପାଇଁ କ୍ରାସ-ପ୍ରୋଟେକ୍ସବ ମିଳିପାରେ । ହେଲଥ ଏକ୍ସପର୍ଟସଙ୍କ ମୁତାବକ କୌଣସି ଦ୍ୱିତୀୟ ସିରୋଟାଇପ କାରଣରୁ ଯଦି ଆପଣଙ୍କୁ ଦ୍ୱିତୀୟ ଥର ଡେଙ୍ଗୁ ହୁଏ ତେବେ ଏହା ଅଧିକ ଭୟଙ୍କର ହୋଇପାରେ । ଡେଙ୍ଗୁର ପ୍ରତି ଭିନ୍ନ ସଂକ୍ରମଣ ଅଧିକ ଗମ୍ଭୀର ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking