22.1 C
Bhubaneswar
Saturday, March 8, 2025
Homeଦେଶ ବିଦେଶବଜେଟ୍‌ରେ କାହା ପାଇଁ କ’ଣ ରହିଛି?

ବଜେଟ୍‌ରେ କାହା ପାଇଁ କ’ଣ ରହିଛି?

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଅଭିବୃଦ୍ଧି, ଭିତ୍ତିଭୂମି ଏବଂ ମଧ୍ୟବିତ୍ତ ଶ୍ରେଣୀକୁ ବଜେଟରେ ଗୁରୁତ୍ଵ ଦିଆଯାଇଥିବା ସେ କହିଛନ୍ତି। ବଜେଟରେ ଯେଉଁସବୁ ଘୋଷଣା ହୋଇଛି ତାହା ଏଠାରେ ଉପସ୍ଥାପନ କରାଯାଉଛି।

ଟିଡିଏସ୍ ସୀମାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି
୪ ବର୍ଷ ପାଇଁ ଅପଡେଟ୍ ହୋଇଥିବା ଆଇଟିଆର୍ ପୂରଣ କରିବାର ସୁଯୋଗ
ଭଡା ଆୟ ଉପରେ ଟିଡିଏସ୍ ଛାଡ ୬ ଲକ୍ଷ ଟଙ୍କାକୁ ବୃଦ୍ଧି
ଶସ୍ତା ହେବ ମୋବାଇଲ୍ ଫୋନ୍ ଏବଂ ଇ-କାର୍‌, ଲିଥିୟମ୍ ଆୟନ ବ୍ୟାଟେରୀ
ଏଲ୍‌ଇଡି-ଏଲ୍‌ସିଡି ଟିଭି ମୂଲ୍ୟ ଶସ୍ତା ହେବ, ଏସବୁ ସାମଗ୍ରୀ ଉପରୁ କଷ୍ଟମ୍ ଡ୍ୟୁଟି ୨.୫% କୁ ହ୍ରାସ କରାଯାଇଛି
୧ ଲକ୍ଷ କୋଟି ଟଙ୍କାର ଅର୍ବାନ୍ (ସହର) ଚ୍ୟାଲେଞ୍ଜ୍ ପାଣ୍ଠି ସୃଷ୍ଟି ହେବ
ସହରାଞ୍ଚଳରେ ବସବାସ କରୁଥିବା ଗରିବଙ୍କ ଆୟ ବୃଦ୍ଧି ପାଇଁ ଯୋଜନା ହେବ
୧ ଲକ୍ଷ ଅସମ୍ପୂର୍ଣ୍ଣ ଘର ସମ୍ପୂର୍ଣ୍ଣ ହେବ, ୨୦୨୫ ରେ ୪୦ ହଜାର ନୂତନ ଘର ହସ୍ତାନ୍ତର ହେବ
ପ୍ରତ୍ୟେକ ଘରକୁ ଟ୍ୟାପ୍ ଜଳ ଯୋଗାଇବା ପାଇଁ ଜଲ୍ ଜୀବନ ମିଶନ କାର୍ଯ୍ୟକ୍ରମ ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି

କୃଷକ
କିସାନ କ୍ରେଡିଟ କାର୍ଡ (କେସିସି) ସୀମା ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଉପକୃତ ହେବେ ୭.୭ କୋଟି କୃଷକ
ଦେଶରେ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା
ଦୁଗ୍ଧ ଏବଂ ମାଛ ଚାଷ ପାଇଁ ଉପଲବ୍ଧ ହେବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା
ସାମୁଦ୍ରିକ ଦ୍ରବ୍ୟ ଶସ୍ତା ହେବ, ଏହି ସାମଗ୍ରୀ ଉପରୁ କଷ୍ଟମ୍ ଡ୍ୟୁଟି ୫%କୁ ହ୍ରାସ କରାଯାଇଛି
ଆଣ୍ଡାମାନ, ନିକୋବର ଏବଂ ଗଭୀର ସମୁଦ୍ରରେ ମତ୍ସ୍ୟଚାଷକୁ ପ୍ରୋତ୍ସାହିତ କରାଯିବ
ବିହାରର ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ମଖାନା ବୋର୍ଡ ଗଠନ କରାଯିବ
ମିଥିଲାଞ୍ଚଳରେ ପଶ୍ଚିମ କୋସି କେନାଲ ପ୍ରକଳ୍ପ ଆରମ୍ଭ ହେବ, ଯାହାଦ୍ୱାରା ୫୦ ହଜାର ହେକ୍ଟର ଅଞ୍ଚଳର କୃଷକମାନେ ଉପକୃତ ହେବେ
ଡାଲିରେ ଆତ୍ମନିର୍ଭରଶୀଳ ହେବା ପାଇଁ ୬ ବର୍ଷର ମିଶନ୍ ମୋଡ୍ କାର୍ଯ୍ୟକ୍ରମ
ଗ୍ରାମୀଣ ଯୋଜନାରେ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପେମେଣ୍ଟ ସେବା ବୃଦ୍ଧି କରାଯିବ
କପା ଉତ୍ପାଦନ ପାଇଁ ୫ ବର୍ଷର କାର୍ଯ୍ୟ ଯୋଜନା, ଉତ୍ପାଦନ-ମାର୍କେଟିଂ ଉପରେ ବିଶେଷ ଧ୍ୟାନ ଦିଆଯିବ
ଆସାମର ନାମରୁପ୍ ଠାରେ ଏକ ନୂତନ ୟୁରିଆ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ
କପା ଚାଷୀଙ୍କ ପାଇଁ ୫ ବର୍ଷିଆ ପ୍ୟାକେଜ୍ ଘୋଷଣା କରାଯାଇଛି।

ଯୁବକ
ଷ୍ଟାର୍ଟଅପ୍ ପାଇଁ ୧୦ ହଜାର କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି ହେବ
୫୦୦ କୋଟି ଟଙ୍କା ବିନିମୟରେ ୩ଟି ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଏକ୍ସିଲେନ୍ସ ସେଣ୍ଟର ନିର୍ମାଣ ହେବ
ଆସନ୍ତା ୫ ବର୍ଷରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ୭୫ ହଜାର ସିଟ୍ ବୃଦ୍ଧି କରାଯିବ
ଦେଶର ୨୩ ଆଇଆଇଟିରେ ୬୫୦୦ ସିଟ୍ ବୃଦ୍ଧି କରାଯିବ
ମେଡିକାଲ କଲେଜଗୁଡ଼ିକରେ ୧୦ ହଜାର ସିଟ୍ ବୃଦ୍ଧି ପାଇବ
ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ଅଧୀନରେ ୧୦ ହଜାର ନୂତନ ଫେଲୋସିପ୍ ଦିଆଯିବ
ଦେଶରେ ଜ୍ଞାନ ଭାରତ ମିଶନ ଆରମ୍ଭ ହେବ, ୧ କୋଟି ପାଣ୍ଡୁଲିପିର ଡିଜିଟାଲାଇଜେସନ ହେବ
ପାଟନା ଆଇଆଇଟିରେ ହଷ୍ଟେଲ ସୁବିଧା ବୃଦ୍ଧି କରାଯିବ
ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ୱାର୍ଲ୍ଡକୁ ପ୍ରୋତ୍ସାହିତ କରାଯିବ
ଦକ୍ଷତା ବୃଦ୍ଧି ପାଇଁ ୫ଟି ଜାତୀୟସ୍ତରୀୟ କେନ୍ଦ୍ର ନିର୍ମାଣ କରାଯିବ
ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଯୋଗାଣ ହେବ

ଚାକିରିଆ ବ୍ୟକ୍ତିବିଶେଷ
୧ କୋଟି ଗିଗ୍ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାର ଲାଭ
ଗିଗ୍ କର୍ମଚାରୀଙ୍କୁ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ କରାଯିବ

ବ୍ୟବସାୟୀ
ଏମ୍‌ଏସ୍‌ଏମ୍‌ଇ ପାଇଁ ଋଣ ଗ୍ୟାରେଣ୍ଟି ସୀମା ୫କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି ପାଇବ
ସାମାଜିକ କଲ୍ୟାଣ ସରଚାର୍ଜ ହଟାଇବାକୁ ପ୍ରସ୍ତାବ
୭ ଶୁଳ୍କ ହାର ହଟାଯିବ, ବର୍ତ୍ତମାନ ଦେଶରେ କେବଳ ୮ଟି ଶୁଳ୍କ ହାର ରହିବ
ଟାୟାର-୨ ସହରରେ ଗ୍ଲୋବାଲ୍ ଦକ୍ଷତା କେନ୍ଦ୍ର ସୃଷ୍ଟି କରାଯିବ
ଦେଶକୁ ଖେଳନା ଉତ୍ପାଦନର ଏକ ବିଶ୍ୱସ୍ତରୀୟ ହବ୍ କରିବା ପାଇଁ ଏକ ଜାତୀୟ ଯୋଜନା ପ୍ରସ୍ତୁତ ହେବ
ନୂତନ ଚମଡ଼ା ଯୋଜନା ଯାହାକି ୨୨ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ
ବିହାରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫୁଡ୍ ଟେକ୍ନୋଲୋଜି ନିର୍ମାଣ ହେବ
ମାଇକ୍ରୋ ଉଦ୍ୟୋଗଗୁଡିକ ପାଇଁ ୫ ଲକ୍ଷ ଟଙ୍କା ସୀମା ବିଶିଷ୍ଟ କଷ୍ଟମାଇଜ୍‌ଡ୍ କ୍ରେଡିଟ୍ କାର୍ଡ ପ୍ରଦାନ କରାଯିବ
ପ୍ରଥମ ବର୍ଷରେ ୧୦ ଲକ୍ଷ କଷ୍ଟମାଇଜଡ୍ କ୍ରେଡିଟ୍ କାର୍ଡ ପ୍ରଦାନ କରାଯିବ
ସହରାଞ୍ଚଳରେ ରାସ୍ତା ପାଶ୍ୱର୍ ଦୋକାନୀଙ୍କ ପାଇଁ ପିଏମ୍ ସ୍ୱନିଧି ଯୋଜନାର ଋଣ ସୀମା ୩୦ ହଜାର ଟଙ୍କାକୁ ବୃଦ୍ଧି ପାଇବ
୫ ଲକ୍ଷ ଆଦିବାସୀ ମହିଳାଙ୍କୁ ଉଦ୍ୟୋଗୀ କରିବାକୁ ସ୍ୱତନ୍ତ୍ର ଯୋଜନା

କର୍ପୋରେଟ୍
ବୀମା କ୍ଷେତ୍ରରେ ବିନିଯୋଗ ପାଇଁ ଏଫ୍‌ଡିଆଇ ସୀମା ୭୪%ରୁ ୧୦୦%କୁ ବୃଦ୍ଧି କରାଯିବ
ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଭାରତ ବାଣିଜ୍ୟ ନେଟ୍ ପ୍ରତିଷ୍ଠା ହେବ
୫୦ଟି ନୂତନ ପର୍ଯ୍ୟଟନ ସ୍ଥାନ ବିକାଶ କରାଯିବ
ଉଡାଣ ଯୋଜନାରେ ୧୦୦ ଟି ନୂତନ ସହରକୁ ଯୋଡାଯିବ
ପାହାଡିଆ ଅଞ୍ଚଳରେ ନୂତନ ଛୋଟ ବିମାନବନ୍ଦର ନିର୍ମାଣ କରାଯିବ
ଡାକ୍ତରୀ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବ, ଭିସା ନିୟମରେ କୋହଳ ପ୍ରଦାନ କରାଯିବ
ବିହାରରେ ନୂତନ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦର ନିର୍ମାଣ ହେବ
ଆଣବିକ ଶକ୍ତି ଆର୍ ଆଣ୍ଡ୍ ଡି ପାଇଁ ୨୦ ହଜାର କୋଟି ଟଙ୍କାର ପାଣ୍ଠି
ରାଜ୍ୟଗୁଡ଼ିକରେ ଖଣି ସୂଚକାଙ୍କ ପ୍ରତିଷ୍ଠା ହେବ

ମହିଳା
ଏସ୍‌ସି-ଏସ୍‌ଟି ମହିଳା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ଋଣ ଯୋଜନା
ପ୍ରଥମ ଥର ପାଇଁ ଉଦ୍ୟୋଗୀ ହେବାକୁ ଥିବା ମହିଳାଙ୍କୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ମ ଲୋନ୍ ସୁବିଧା
ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ

ବୟସ୍କ
ବରିଷ୍ଠ ନାଗରିକଙ୍କ ପାଇଁ ୨ଗୁଣ ପର୍ଯ୍ୟନ୍ତ ଟିକସ ଛାଡ (୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି)
୩୬ ଜୀବନ ରକ୍ଷାକାରୀ ଔଷଧକୁ ସଂପୂର୍ଣ୍ଣ ଟିକସମୁକ୍ତ କରାଯାଇଛି
ଦେଶରେ ୨୦୦ ଡେ କେୟାର କର୍କଟ କେନ୍ଦ୍ର ନିର୍ମାଣ କରାଯିବ
ଚିକିତ୍ସା ଉପକରଣ ଏବଂ କର୍କଟ ଔଷଧ ଶସ୍ତା ହେବ
୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ୫% ହ୍ରାସ କରାଯାଇଛି
୧୩ ରୋଗୀ ସହାୟତା କାର୍ଯ୍ୟକ୍ରମ ମୌଳିକ କଷ୍ଟମ୍ ଡ୍ୟୁଟିରୁ ବାଦ ଦିଆଯାଇଛି

– କୃଷକଙ୍କ ପାଇଁ ଘୋଷଣା ହେଲା ‘ଧନଧାନ୍ୟ’ ଯୋଜନା
ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ‘ଧନଧାନ୍ୟ’ ଯୋଜନା ଆରମ୍ଭ କରାଯିବା ନେଇ ଘୋଷଣା କରିଛନ୍ତି। କେନ୍ଦ୍ର ରାଜ୍ୟଗୁଡ଼ିକ ସହିତ ମିଶି ଏହି ଯୋଜନା ଚଳାଇବ। ଯାହା ୧.୭ କୋଟି ଚାଷୀଙ୍କୁ ସାହାଯ୍ୟ କରିବ। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଗରିବ, ଯୁବକ, ମହିଳା ଏବଂ କୃଷକଙ୍କ କଲ୍ୟାଣ ଉପରେ ଧ୍ୟାନ ଦିଆଯିବ। କୃଷି ଅଭିବୃଦ୍ଧି, ଗ୍ରାମୀଣ ବିକାଶ ଏବଂ ଉତ୍ପାଦନ ଉପରେ ଧ୍ୟାନ ଦିଆଯାଉଛି। ଏହା ବ୍ୟତୀତ, ଆମେ ଆର୍ôଥକ କ୍ଷେତ୍ରରେ ସଂସ୍କାର ଉପରେ ମଧ୍ୟ ଧ୍ୟାନ ଦେବୁ। ଦେଶର ୧୦୦ଟି ଜିଲାରେ ‘ଧନଧାନ୍ୟ’ ଯୋଜନା ଆରମ୍ଭ ହେବ। ଏହା ସହିତ, କିଷାନ କ୍ରେଡିଟ କାର୍ଡର ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।

– ‘ଉଡାନ୍‌’ ଯୋଜନାରେ ଆଉ ୧୦୦ ସହର
ଏଥିସହ ‘ଉଡାନ୍‌’ ଯୋଜନାରେ ଖୁବଶୀଘ୍ର ଦେଶର ଆଉ ୧୦୦ ସହର ଯୋଡିହେବେ ବୋଲି ସୀତାରମଣ କହିଛନ୍ତି। ତାଙ୍କ କହିବାନୁସାରେ ୧୦ ବର୍ଷରେ ତିଆରି ହେବ ୧୨୦ ବିମାନ ବନ୍ଦର। ଉଡାଣ ଯୋଜନାରେ ୧.୫ କୋଟି ଲୋକ ଉପକୃତ ହେବେ, ୨୦୧୮ ପର୍ଯ୍ୟନ୍ତ ଜଳଜୀବନ ମିଶନକୁ କାର୍ଯ୍ୟକାରୀ କରାଯିବ। ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି ଘୋଷଣା ହୋଇଛି।

– ଏମ୍‌ଏସ୍‌ଏମ୍‌ଇ କ୍ରେଡିଟ୍ ଗ୍ୟାରେଣ୍ଟି ବୃଦ୍ଧି
ଦେଶରେ ୧ କୋଟିରୁ ଅଧିକ ପଞ୍ଜିକୃତ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ଅଛନ୍ତି। କୋଟି କୋଟି ଲୋକଙ୍କ ନିଯୁକ୍ତି ଏହା ସହିତ ଜଡିତ। ଏହା ଭାରତକୁ ଏକ ଉତ୍ପାଦନ ମୁଖ୍ୟ କରିଥାଏ। ସେମାନେ ଯେପରି ଅଧିକ ଟଙ୍କା ପାଇପାରିବେ, ସେଥିପାଇଁ ଏହାକୁ ଅଢ଼େଇ ଗୁଣ ବୃଦ୍ଧି କରାଯାଉଛି। ଏହା ଯୁବପିଢ଼ିକୁ ନିଯୁକ୍ତି ପ୍ରଦାନ କରିବ। ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ୫କୋଟି ଟଙ୍କାରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରାଯିବା ସମ୍ପର୍କରେ ସୀତାରମଣ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking