23.1 C
Bhubaneswar
Monday, January 19, 2026
Homeସ୍ୱାସ୍ଥ୍ୟଇଓସିନୋଫିଲିଆ କ’ଣ? ଓ ଏଥିରୁ କିପରି ରକ୍ଷା ପାଇବେ ଜାଣନ୍ତୁ....

ଇଓସିନୋଫିଲିଆ କ’ଣ? ଓ ଏଥିରୁ କିପରି ରକ୍ଷା ପାଇବେ ଜାଣନ୍ତୁ….

ଭୁବନେଶ୍ୱର : ଇଓସିନୋଫିଲିଆ ବା ସାଧାରଣ ଲୋକେ ଏହାକୁ ଇସନଫୁଲିଆ କହିଥା’ନ୍ତି। ଅଧିକାଂଶ ଲୋକ ଏହାକୁ ଥଣ୍ଡା ରୋଗ ବୋଲି ଭାବିଥାଆନ୍ତି। ତେବେ ଇଓସିନୋଫିଲିଆ କ’ଣ? ଶୀତ ଦିନେ ଅଧିକାଂଶ ଲୋକ ବିଭିନ୍ନ ପ୍ରକାର ଥଣ୍ଡା ରୋଗରେ ପଡ଼ନ୍ତି। କାହାକୁ ସର୍ଦି ହୁଏ ତ କାହାର କଫ ଜମେ ଓ କାଶ ହୁଏ। ଶୀଦ ଦିନରେ ଆଉ ଏକ ବଡ଼ ସମସ୍ୟା ହେଉଛି ଆଲର୍ଜି। ସାଧାରଣତଃ ଇସନଫୁଲିଆ ଓ ଶ୍ୱାସ ରୋଗୀମାନଙ୍କୁ ଆଲର୍ଜି ଅଧିକ ହୋଇଥାଏ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ହେଲେ ସତର୍କ ରହିବା ନିହାତି ଆବଶ୍ୟକ। ଶୀତ ଦିନରେ ଆଲର୍ଜିରୁ କିପରି ରକ୍ଷା ପାଇବେ ପଢ଼ନ୍ତୁ।
ଭିଟାମିନ ‘ସି’ ଯୁକ୍ତ ଖାଦ୍ୟ ଖାଆନ୍ତୁ:ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ ଥାଏ। ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେଣୁ ଶୀତ ଦିନରେ ଭିଟାମିନ ‘ସି’ ଜାତୀୟ ଖାଦ୍ୟ ଖାଇଲେ ଆଲର୍ଜି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।
ଭିଟାମିନ ଡି: ଶୀତ ଦିନରେ ଆଲର୍ଜି ଯୋଗୁଁ ଅନେକଙ୍କ ଛିଙ୍କ ହୁଏ। ଶ୍ୱାସ ରୋଗ ଜନିତ ସମସ୍ୟା ମଧ୍ୟ ଦେଖା ଦିଏ। ତେଣୁ ଆଲର୍ଜିରୁ ରକ୍ଷା ପାଇବା ପାଇଁ ଭିଟାମିନ୍‌ ଡି ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ସକାଳର ଖରା, ଚର୍ବିଯୁକ୍ତ ମାଛ, କିମ୍ବା ଅଣ୍ଡାରୁ ଏହି ଭିଟାମିନ ପ୍ରଚୁର ପରିମାଣରେ ମିଳିଥାଏ।
ରସୁଣ: ଏଥିରେ ଆଣ୍ଟି ଫଙ୍ଗଲ୍ ଓ ଆଣ୍ଟିବାୟୋଟିକ୍ ଭଳି ତତ୍ତ୍ୱ ଥିବାରୁ ଏହା କେବଳ ଏଲର୍ଜି ନୁହେ ସର୍ଦ୍ଦି ଭଲ କରିଥାଏ। ଏଥିସହିତ ଶରୀରକୁ ଗରମ ପ୍ରଦାନ କରିଥାଏ। ତେଣୁ ପ୍ରତିଦିନ ଦୁଇରୁ ତିନି କୋଳା ରସୁଣ ଖାଇବା ଆବଶ୍ୟକ।
ଶୀତ ଦିନରେ ଉପକାରୀ ଅଦା: ଅଦାରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ। ଅଦା ଖାଇଲେ ଆଲର୍ଜି ହୋଇନଥାଏ। ଅଦାର ଆଉ ଏକ ଭଲ ଗୁଣ ହେଲା ଏହା କଫ ଜମିବାକୁ ଦିଏ ନାହିଁ। ତେଣୁ କଫ ଜନିତ ସମସ୍ୟା ଥିବା ବ୍ୟକ୍ତି ପ୍ରତିଦିନ ଚାହାରେ ଅଦା ପକାଇ ପିଇବା ଦରକାର।
ଆପେଲ ଭିନେଗାର: ପ୍ରତିଦିନ ଉଷୁମ ପାଣିର ଏକ ଚାମଚ୍ ଆପେଲ ଭିନେଗାର ମିଶାଇ ପିଅନ୍ତୁ। ଏଥିରେ ମହୁ ଓ କାଗିଜି ଲେମ୍ବୁ ମିଶାଇଲେ ଆହୁରି ଭଲ। ଏହା ଏଲର୍ଜି ସମସ୍ୟାରୁ ମୁକ୍ତି ଦେଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking