26.1 C
Bhubaneswar
Saturday, March 21, 2026
Homeଓଡିଶାମୁଁ ଯାହା କହିଥିଲି ସତ ହେଲା: ପ୍ରଭାତ

ମୁଁ ଯାହା କହିଥିଲି ସତ ହେଲା: ପ୍ରଭାତ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନେଇ ପୁଣି ମୁହଁ ଖେଲିଲେ ପ୍ରଭାତ ବିଶ୍ୱାଳ । କହିଛନ୍ତି, ମୁଁ ଯାହା କହିଥିଲି ସତ ହେଲା । ରାଜ୍ୟ ବାହାରେ ଟ୍ରଷ୍ଟ ଗଠନ କଥା ମାନିଲେ ନବୀନ ପଟ୍ଟନାୟକ । ପୂର୍ବରୁ ୪୦ ବିଧାୟକଙ୍କ ଆଗରେ ପଚାରିବାରୁ ସଂତୃପ୍ତ ମନା କରିଥିଲେ । ନବୀନ ମାନିବା ପରେ ଆଜି ସବୁ ସତ ପଜାକୁ ଆସିଯାଇଛି ବୋଲି ପ୍ରଭାତ କହିଛନ୍ତି । ଗଠନ ହୋଇଥିବା ବିଜୁ ଟ୍ରଷ୍ଟର ମୁଖ୍ୟ ଭିକେ ପାଣ୍ଡିଆନ ରହିଛନ୍ତି ବୋଲି କହିଛନ୍ତି । ଅଭିଯୋଗ ଆଣିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବା ପରେ ପାଣ୍ଡିଆନ ସବୁ କିଛି କରୁଛନ୍ତି । ପୂର୍ବରୁ ପ୍ୟାରୀ ବାବୁ ସବୁ କରୁଥିଲେ । ନବୀନ କେବଳ ଦସ୍ତଖତ କରୁଥିଲୋ ପରେ ପାଣ୍ଡିଆନ ସବୁକିଛି କଲେ ନବୀନ ବାବୁ ଦସ୍ତଖତ ମାରିଲେ । ଆଜି ବି ଦିଲ୍ଲୀରେ ରହି ପାଣ୍ଡିଆନ ଗୁଟି ଚାଳନା କରୁଛନ୍ତି ବୋଲି ପ୍ରଭାତ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking