25.1 C
Bhubaneswar
Friday, February 20, 2026
Homeଓଡିଶାବିଜେଡି-ବିଜେପି ଶାସନରେ ଆମେ ପାଇଛେ କ’ଣ?

ବିଜେଡି-ବିଜେପି ଶାସନରେ ଆମେ ପାଇଛେ କ’ଣ?

ଢେଙ୍କାନାଳ: ଜାତୀୟ କଂଗ୍ରେସ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ଜାଗରଣ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପରିପେକ୍ଷୀରେ ଦଳ ପକ୍ଷରୁ ପ୍ରଥମେ ଗଁଦିଆ ବ୍ଲକ୍ ସଭାପତି ଡଃ ବନମାଳୀ ଦାସଙ୍କର ନେତୃତ୍ୱରେ ଏକ ଦଳୀୟ ମଟର ସାଇକେଲ ଶୋଭାଯାତ୍ରା କପିଳାସ ଛକ ଠାରୁ ବାହାରି ଥିଲା। ଉକ୍ତ ଶୋଭାଯାତ୍ରାରେ ଢେଙ୍କାନାଳ ଜିଲ୍ଲା ସଭାପତି ଛବିରାଜ ବିଶ୍ୱଳା ଯୋଗଦାନ କରିଥିଲେ। ଶୋଭାଯାତ୍ରାଟି ଶ୍ରୀରାମଚନ୍ଦ୍ରପୁର ଠାରେ ପହଞ୍ôଚ ଥିଲା। ସେଠାରେ ନୂତନ ଦଳୀୟ କାର୍ଯ୍ୟାଳୟକୁ ଜିଲ୍ଲା ସଭାପତି ଉଦ୍‌ଘାଟନ କରିଥିଲେ। ଏହାପରେ ଏହି ଶୋଭାଯାତ୍ରାଟି ସମାବେଶ ସ୍ଥଳକୁ ଯାଇଥିଲା ଦଳୀୟ କର୍ମୀମାନେ ହାତରେ ବିଭିନ୍ନ ପ୍ରକାର ପ୍ଲାକାର୍ଡ ଧରିବା ସହିତ ଜାତୀୟ କଂଗ୍ରେସ ଜିନ୍ଦାବାଦ ଧ୍ୱନି ଦେବା ସହିତ ଦୁର୍ନୀତି ଗ୍ରସ୍ତ ବିଜେପି ସରକାର ତୁରନ୍ତ ଗାଦିଛାଡ଼ ନାରା ଦେଉଥିବାର ଦେଖିବାକୁ ମିଳିଥିଲା। ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାଗରଣ ସମାବେଶରେ ମୁଖ୍ୟ ଅତିଥି ଭାବରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦାନ କରି ନିଜର ମତବ୍ୟକ୍ତ କରି ଦେଶ ତଥା ରାଜ୍ୟରେ ଚାଲିଥିବା ଏହି ଅପାରଗ ଡବଲ ଇଞ୍ଜିନ୍ ସରକାର ଉପରେ ବର୍ଷିବା ସହ କିପରି ଆମକୁ ଲଲି ପପ୍ ଧରାଇ ଜାତୀୟ ସୋତ୍ରରେ ସାମିଲ ନକରି ସଦାସର୍ବଦା କୋଣଠେସା କରିଚାଲିଛି। ତାହାର ଜ୍ୱଳନ୍ତ ଉଦାହରଣ ଦେଇ କହିଥିଲେ ଆମ ରାଜ୍ୟର ଜଣେ ଆଦିବାସୀ ମହିଳା ଆଜି ଦେଶର ସର୍ବୋଚ୍ଚ ଆସନରେ ଆସୀନ ମହାମହିମ ରାଷ୍ଟ୍ରପତି କିନ୍ତୁ ତାଙ୍କୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ହେଉ କିମ୍ବା ନୂତନ ସଂସଦ ଉଦ୍‌ଘାଟନ ହେଉ ତାଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଡକା ଗଲାନାହିଁ। ଏହା କଣ ଆମମାନଙ୍କ ପ୍ରତି ଅପମାନ ନୁହେଁ। ସେହିପରି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହେଲେ ଲାଭ କଣ?

ଦିନରେ କେନ୍ଦ୍ର ବିଜେପି ସରକାର ଆମକୁ ଲଣ୍ଠନ ଦେଖାଇ ଖଣି ଖାଦାନ ଲୁଟ କରିଚାଲିଛି। ସମୟ ଆସିଛି ଆମେ ଏ ସରକାରକୁ ହଟାଇ ଆମର ଦୁଃଖ ସୁଖର ସାଥି ଜାତୀୟ କଂଗ୍ରେସ ଦଳକୁ ଦିଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱରରେ କଂଗ୍ରେସ ଦଳକୁ ଶାସନକୁ ଫେରାଇ ଆଣିବାକୁ ଆଜି ଶପଥ ନେବାକୁ ହେବ ବୋଲି ସେ ମତ ଦେଇଥିଲେ। ଅନ୍ୟ ପ୍ରମୁଖ ଅତିଥି ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗଦାନ କରି ଦେଶର ସଫଳତା ଉପରେ କଂଗ୍ରେସ ସରକାର ସମୟରେ ହୋଇଥିବା ବିଭିନ୍ନ ଜନ ହିତକାରୀ ଯୋଜନା ଗୁଡିକ ଉପରେ ଆଲୋକପାତ କରିବା ସହିତ ବିଜେଡି ଓ ବିଜେପି ଦଳର ଦୀର୍ଘଦିନର ଶାସନରେ ଆମେ ପାଇଛେ କ’ଣ? କିଛି ପାଇନେ ଆଜି ବି ଗ୍ରାମ ଅଞ୍ଚଳରେ ପାନୀୟଜଳର ଘୋର ଅଭାବ, ଆଜିବି ଏହି ସମ୍ପ୍ରଦାୟର ପିଲାଟିଏ ଉଚ୍ଚ ଶିକ୍ଷା ପାଇଁ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିବା ସହିତ ଏବେ ଅନେକ ଗ୍ରାମାଞ୍ଚଳମାନଙ୍କରେ ସେଇ ଝାଟି ମାଟି ଘରେ ବିତୁଛି ଜୀବନ। ପକ୍କା ଘରଟିଏ ହୋଇଛି ସାତସପନ। ଏଇ କ’ଣ ଲୋକଙ୍କ ସରକାର କେବଳ ବାହାନା ଦେଖାଇ ଆମମାନଙ୍କୁ ଶୋଷଣ କରିବାର ମସୁଧା। କଂଗ୍ରେସ ଦଳ ସରକାରରେ ଥିବା ବେଳେ ସଦାସର୍ବଦା ଅନୁସୂଚିତ ଜାତି ଓ ଜନଜାତିଙ୍କର କିପରି ଉର୍ନ୍ନତି ହେବ ସେଥିପାଇଁ ଅନେକ ଜନହିତକାରୀ ଯୋଜନା କରୁଥିଲା ବୋଲି ସେ ମତ ସାବ୍ୟସ୍ତ କରିଥିଲେ। ଅନ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଲୋକସଭା ସଦସ୍ୟ ନଗେନ୍ଦ୍ର ପ୍ରଧାନ ନିଜର ମତବ୍ୟକ୍ତ କରି ଯେତେଶୀଘ୍ର ହେବ ଦିଲ୍ଲୀ ଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ଏହି ଭୁଆଁ ବୁଲା ନିକମା ଲୋକଙ୍କ ସରକାର କହି ଡିଣ୍ଡିମ ପିଟୁ ଥିବା ଫେକୁ ଦଳୀୟା ସରକାରକୁ ତୁରନ୍ତ ହଟାଇବାର ସମୟ ଆସିଛି। ଏବେ ଏହି ସଭା ସ୍ଥଳରୁ ଆଜି ଆମେମାନେ ଶପଥ ନେବା ଏହି ମିଛୁଆ, ରାଧୁଆ ଓ ଗପୁଳିଆ ସରକାରକୁ ହଟାଇ ଜାତୀୟ କଂଗ୍ରେସ ଦଳ ସରକାର ଆଣିବା ଯିଏକି ସବୁବେଳ ଆମ ସହିତ ରହିଥିଲା ଓ ରହିବ ମଧ୍ୟ ବୋଲି ମତ ପ୍ରକାଶ କରିଥିଲେ। ଉକ୍ତ ଜାଗରଣ ସମାବେଶରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ୮ଟି ବ୍ଲକ୍‌ର ବ୍ଲକ୍ ସଭାପତିମାନେ ଉପସ୍ଥିତ ରହିଥିଲେ। ଦଳର ବରିଷ୍ଠ ନେତା ପ୍ରେମ ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଜାଗରଣ ସମାବେଶରେ ବ୍ଲକ୍‌ର ସମସ୍ତ ୨୯ଗୋଟି ଗ୍ରାମ ପଞ୍ଚାୟତ ଗୁଡ଼ିକରୁ ଶତାଧିକ ପୁରୁଷ ଓ ମହିଳାମାନେ ଯୋଗଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking