ଭୁବନେଶ୍ୱର: ସକାଳର କିଛି ଅଭ୍ୟାସ, ଯାହାକୁ ଅପଣ ଯଦି ନିଜ ନିୟନ୍ତ୍ରଣରେ ରଖନ୍ତି ବା ସକାରାତ୍ମକ ଭାବେ ଆରମ୍ଭ କରନ୍ତି ତାହେଲେ ଅପଣ ନିଜର ବର୍ତ୍ତମାନ ଓ ଭବିଷ୍ୟତକୁ ଉଜ୍ୱଳ କରିପାରିବେ ଏବଂ ଜୀବନର ଲକ୍ଷ୍ୟକୁ ମଧ୍ୟ ହାସିଲ କରିପାରିବେ । ଏଥିରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସକାଳର ଆଲାରାମ । ଭୋରୁ ଉଠିବା ପାଇଁ ଆପଣ ଆଲାରାମ ସେଟିଙ୍ଗ କରିଥିବେ । ହେଲେ ଅନେକ ଆଲାରାମର ବଟନ ଦବାଇ ପୁଣି ଶୋଇପଡନ୍ତି । ଏହି ଅଭ୍ୟାସ ଆପଣଙ୍କ ସମ୍ପୂର୍ଣ୍ଣ ଜୀବନକୁ ପ୍ରଭାବିତ କରିଥାଏ । ନ୍ୟୁରାଲ ସାଇନ୍ସର କିଛି ଅନୁସନ୍ଧାନରୁ ଏକଥା ଜଣାପଡିଛି ଯେ, ଆପଣ ଯେତେବେଳେ ଆଲାରାମ ବନ୍ଦ କରି ଆଉ କିଛି ସମୟ ଶୋଇପଡନ୍ତି , ସେ ନିଦ ଆପଣଙ୍କୁ ଆରାମ୍ ଠାରୁ ଅଧିକ କ୍ଷତି ପହଞ୍ଚାଇଥାଏ । କାରଣ ସ୍ନୁଜ ବଟନ ବନ୍ଦ କରି ପୁଣିଥରେ ଆଲାରାମ ବାଜିବା ଯାଏଁ ଆପଣ ଯେତିକି ସମୟ ଶୋଇଯାନ୍ତି ତାହା ସବୁଠୁ ଖରାପ କ୍ୱାଲିଟିର ନିଦ ହୋଇଥାଏ । ଏଇ କିଛି ମାତ୍ର ସମୟର ନିଦ ଆପଣଙ୍କ ପୁରା ଦିନର କାର୍ଯ୍ୟ କ୍ଷମତା ଓ ସଙ୍କଳ୍ପ ଶକ୍ତି ତଥା ମାନସିକ ଦକ୍ଷତାକୁ ପ୍ରଭାବିତ କରିଥାଏ । ଏହାର କାରଣ ବୁଝିବା ଭାରି ସହଜ । ନିଦରୁ ଉଠିବାକୁ ଆପଣ ନିଜେ ଆଲାରାମ ସେଟ୍ କରିଥିଲେ, ପୁଣି ନିଜେ ଏହାକୁ ବନ୍ଦ କରିଦେଇ ଶୋଇପଡିଲେ । ଏହାର ଅର୍ଥ ଆପଣ ନିଜେ ଧାର୍ଯ୍ୟ କରିଥିବା ଲକ୍ଷ୍ୟରୁ ବିଚ୍ୟୁତ ହେଲେ । ନ୍ୟୁରୋ ସାଇନ୍ସର ଅନୁସନ୍ଧାନରୁ ପ୍ରମାଣିତ ହୋଇଛି, ଏଭଳି ଅଭ୍ୟାସ ଆପଣଙ୍କ ଅବଚେତନ ମନ ଉପରେ ଖରାପ ପ୍ରଭାବ ପକାଇଥାଏ । ଫଳରେ ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତା ଓ ଆତ୍ମନିୟନ୍ତ୍ରଣ କ୍ଷମତା ହ୍ରାସ ପାଏ । ଆଲାରାମ ବନ୍ଦ କରି ଆପଣ ୧୫ , ୨୦ ମିନିଟ୍ ଶୋଇପଡିବେ ଦ୍ୱାରା ଏହା ନିଜ ପ୍ରତି ନିଜର ନକାରାତ୍ମକ ବିଚାରଧାରା ସୃଷ୍ଟି କରିଥାଏ ।










