37.1 C
Bhubaneswar
Thursday, March 12, 2026
Homeଓଡିଶାରାଜ୍ୟପାଳଙ୍କ ଅଭିଭାଷଣ ଶୁଣି କଣ କହିଲେ ବାବୁ ସିଂ

ରାଜ୍ୟପାଳଙ୍କ ଅଭିଭାଷଣ ଶୁଣି କଣ କହିଲେ ବାବୁ ସିଂ

ଭୁବନେଶ୍ୱର : ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବକୁ ବଏକଟ କରି କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି ବିଜେଡି ବୋଲି ବାବୁ ସିଂ କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ସେମାନେ ବିରୋଧୀ ଆସନରେ ଥିବାରୁ ସହଜରେ ହଜମ କରିପାରୁ ନାହାନ୍ତି । ସେମାନେ ୨୪ ବର୍ଷ ସରକାରରେ ଥିଲେ ଆଉ ସେହି ହ୍ୟାଙ୍ଗଓଭରରୁ ବାହାରି ପାରୁନାହାନ୍ତି । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ଆଲୋଚନା ଚାହୁଁନାହିଁ ବୋଲି କହିଛନ୍ତି ଏକାମ୍ରର ବିଜେପି ବିଧାୟକ ବାବୁ ସିଂ । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଆମର ୮୦ରୁ ଅଧିକ ନୂଆ ବିଧାୟକ ଆସିଛନ୍ତି, ସେମାନେ ବିକାଶ ଚାହୁଁଛନ୍ତି, ହେଲେ ବିରୋଧୀ ପ୍ରଥମ ଦିନରୁ ହିଁ ଗୃହ ବନ୍ଦ କରାଇ ନୂଆ ବିଧାୟକମାନଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି । ଅନ୍ୟପଟେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହି ସାରିଛନ୍ତି ତେଣୁ ଗୃହରେ ବିରୋଧୀ ଆଲୋଚନାକୁ ଆସିଲେ ନିର୍ଯ୍ୟାସ ବାହାରିବ ବୋଲି ସେ କହିଛନ୍ତି ।ସେପଟେ ବଜେଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, କଂଗ୍ରେସ କେନ୍ଦ୍ରରେ କ୍ଷମତା ଥିବା ସମୟରେ ଓଡ଼ିଶାକୁ କିଛି ଦେଲନି, ଓଡ଼ିଶା ମାଗିବାରୁ ତାଙ୍କ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଟଙ୍କା କଣ ଗଛରେ ଫଳୁଛି? ଏ କଥା ସେମାନେ ଭୁଲିବା କଥା ନୁହେଁ । ଏଥିସହ କଂଗ୍ରେସ ଓଡ଼ିଆ ଅସ୍ମିତା କଥା କହିଲା ଯେ, ରାଜ୍ୟପାଳ କାହିଁକି ହିନ୍ଦୀରେ ଅଭିଭାଷଣ ଦେଲେ? ତାଙ୍କୁ ତ କାହିଁକି ବାଧୁନି ଯେ, ବିରୋଧୀ ଦଳ ନେତା ଇଂରାଜୀରେ କହିଲେ. ହିନ୍ଦୀ ଆମ ରାଷ୍ଟ୍ରୀୟ ଭାଷା ତେଣୁ ରାଜ୍ୟପାଳ ହିନ୍ଦୀରେ ଅଭିଭାଷଣ ରଖିଲେ ବୋଲି ବାବୁ ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking