31.1 C
Bhubaneswar
Wednesday, February 11, 2026
Homeଓଡିଶାପଶ୍ଚିମ ଓଡିଶା’ ମୋ ରକ୍ତରେ ଅଛି: ବୈଜୟନ୍ତ

ପଶ୍ଚିମ ଓଡିଶା’ ମୋ ରକ୍ତରେ ଅଛି: ବୈଜୟନ୍ତ

ନୂଆପଡା: ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡା। ବିଜେପିର ଜୟ ଢୋଲକିଆଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା। ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି।  ପଶ୍ଚିମ ଓଡିଶା’ ମୋ ରକ୍ତରେ ଅଛି। ଏଠି ମୋ ମାମୁଁ ଘର। ଗତବର୍ଷ ବିଜେପିର ଐତିହାସିକ ବିଜୟ ହେଲା। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେଲା। ନୂଆପଡ଼ାରେ ୭୫ ହଜାର ମହିଳା ସୁଭଦ୍ରା ଯୋଜନାରେ ଟଙ୍କା ପାଇଛନ୍ତି। ଏବେ ଅନେକ ମହିଳା ରାଜ୍ୟରେ ଲକ୍ଷପତି ଦିଦି ହେଲେଣି। ରାଜ୍ୟରେ ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ଅଛନ୍ତି। ତେଣୁ ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ ଶ୍ରୀ ଜୟ ଢୋଲକିଆଙ୍କୁ ବିଜୟୀ କରିବାକୁ ମାନ୍ୟବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ନୂଆପଡ଼ାବାସୀଙ୍କୁ ନିବେଦନ କରିଛନ୍ତି।

ଜୟ ହେଉଛି ମୋ ସାନ ଭାଇ। ସାନ ଭାଇ ପାଇଁ ଭୋଟ ମାଗିବାକୁ ଆସିଛି। କଂଗ୍ରେସ ଦଳ କେବଳ ମିଛ ପ୍ରତିଶ୍ରୁତି ଦିଏ। ପଡୋଶୀ ଛତିଶଗଡ଼ ବାସିନ୍ଦାଙ୍କୁ କଂଗ୍ରେସର ଦୁଇ ବର୍ଷ ପୂର୍ବର କୁଶାସନ ସମ୍ପର୍କରେ ପଚାରିଲେ ସେମାନେ ତାଙ୍କ ମିଛ ସମ୍ପର୍କରେ ଭଲ ଭାବେ କହିପାରିବେ । ନୂଆପଡ଼ାବାସୀଙ୍କ ଭବିଷ୍ୟତର ସ୍ୱପ୍ନ ପୁରଣ ପାଇଁ ମୋଦୀଙ୍କ ସହ ରହିବାକୁ ହେବ । ଏହି ଅବସରରେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ ବସନ୍ତ ପଣ୍ଡା, ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ସନ୍ତୋଷ ଖଟୁଆ, ରାଜ୍ୟ ଉପସଭା ନେତ୍ରି କୁସୁମ ଟେଟେ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ବରିଷ୍ଠ ନେତା ପ୍ରସନ୍ନ ପାଢ଼ୀ, ପୂର୍ବତନ ସାଂସଦ ପ୍ରଭାସ ସିଂହ, ଜିଲ୍ଲା ସଭାପତି କମଳେଶ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking