14.1 C
Bhubaneswar
Monday, January 12, 2026
Homeଦେଶ ବିଦେଶପାଶ୍ଚାତ୍ୟ ଦେଶ କେବଳ ଲାଭ ଦେଖି କାମ କରନ୍ତି: ଏସ ଜୟଶଙ୍କର

ପାଶ୍ଚାତ୍ୟ ଦେଶ କେବଳ ଲାଭ ଦେଖି କାମ କରନ୍ତି: ଏସ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ବିରୁଦ୍ଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ, ଅପରେସନ ସିନ୍ଦୁର ଉପରେ ମତାମତ ଦେବା ସମୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପଶ୍ଚିମ ଦେଶଗୁଡିକୁ ଟାର୍ଗେଟ କରି କହିଛନ୍ତି, ଆଜିର ବିଶ୍ୱରେ କିଛି ପାଶ୍ଚାତ୍ୟ ଦେଶ କେବଳ ଲାଭ ଦେଖି କାମ କରନ୍ତି । କିନ୍ତୁ ଭାରତକୁ ମାଗଣା ପରାମର୍ଶ ଦିଅନ୍ତି । ଜୟଶଙ୍କର  ପାଶ୍ଚାତ୍ୟ ରାଷ୍ଟ୍ରର ଉତ୍ତେଜନା ବିଷୟରେ ଚିନ୍ତା ପ୍ରକାଶ କରିଥିଲେ । ସେ ପରାମର୍ଶ ଦେଇଥିଲେ ଯେ, ସେମାନେ ନିଜ ନିଜ ଅଞ୍ଚଳରେ ହିଂସାକୁ ଦେଖନ୍ତୁ ଏବଂ ଭାରତ ସେମାନଙ୍କ କାର୍ଯ୍ୟ ଉପରେ ଚିନ୍ତିତ ତାହା ସ୍ୱୀକାର କରନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି, ପାଶ୍ଚାତ୍ୟ ରାଷ୍ଟ୍ରର ଲୋକମାନେ ଗୋଟିଏ କଥା କୁହନ୍ତି, ଅନ୍ୟ କିଛି କରନ୍ତି ।

ଜୟଶଙ୍କର ଗୁରୁତ୍ୱାରୋପ କରିଥିଲେ ଯେ, ପାଶ୍ଚାତ୍ୟ ଦେଶଗୁଡିକୁ ପ୍ରାୟତଃ ନିଜର ସ୍ୱାର୍ଥ ହାସଲ କରନ୍ତି କିନ୍ତୁ ତଥାପି ଭାରତକୁ ଅନାବଶ୍ୟକ ପରାମର୍ଶ ଦିଅନ୍ତି । ସେ ଆହୁରି କହିଛନ୍ତି, ବାହାର ମନ୍ତବ୍ୟ ଦ୍ୱାରା ପ୍ରଭାବିତ ନହୋଇ ନିଜର ନୀତି ଅନୁସରଣ କରିବାକୁ ପଡିବ । ଜୟଶଙ୍କରଙ୍କ ମନ୍ତବ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଭୋନେଜୁଏଲାରେ ହୋଇଥିବା ସମ୍ପ୍ରତି ଆମେରିକାର କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଆସିଛି । ଯେଉଁଥିରେ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ କାରାକସରେ ବନ୍ଦୀ କରାଯାଇଥିଲା । ଏବଂ ଦେଶରୁ ନ୍ୟୁୟର୍କକୁ ଉଡାଇ ଦିଆଯାଇଥିଲା । ଅନ୍ୟପଟେ ଟ୍ରମ୍ପ ବାରମ୍ବାର ଦାବି କରିଛନ୍ତି ଯେ, ଆମେରିକାର ମଧ୍ୟସ୍ଥତା ୨୦୨୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଣିବାରେ ସାହାଯ୍ୟ କରିଥିଲା । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ସୂଚନାଥାଉକି, ଜୟଶଙ୍କର ଫ୍ରାନ୍ସ ଏବଂ ଲକ୍ସେମବଗର ଛଅ ଦିନିଆ ଯାତ୍ରାରେ ଏକ ସରକାରୀ କାର୍ଯ୍ୟରେ ଯାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking