15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶପଶ୍ଚିମବଙ୍ଗରେ ଅଗ୍ନିକାଣ୍ଡ: ୧ ମୃତ, ଅନେକ ଆହତ

ପଶ୍ଚିମବଙ୍ଗରେ ଅଗ୍ନିକାଣ୍ଡ: ୧ ମୃତ, ଅନେକ ଆହତ

ପଶ୍ଚିମବଙ୍ଗ: ଆଜି ଅପରାହ୍ନରେ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲ୍ଲାର ଏକ ତୈଳ ଉତ୍ପାଦନ ୟୁନିଟରେ ନିଆଁ ଲାଗିବା ପରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେକ ଆହତ ହୋଇଥିବା ସୂଚନା ରହିଛି। ବାରାସାଟର ବାଦୁବାଜାର ଅଞ୍ଚଳରେ ଥିବା କାରଖାନାରେ ଘଟିଛି ଏମିତି ଭୟାନକ ଘଟଣା । ରାଜ୍ୟ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି, “କାରଖାନା ଭିତରେ କିଛି ଲୋକ ଅଟକି ରହିଥିବା ଜଣାପଡିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।” ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking