କୋଲକାତା : ମଙ୍ଗଳବାର ଦିନ କୋଲକାତାରେ ‘ନବନ୍ନା ଅଭିଯାନ’ ବିରୋଧ ପ୍ରଦର୍ଶନ ଜୋର୍ ଧରିଥିବା ବେଳେ ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି। ଛାତ୍ର ସଂଗଠନର ଆନ୍ଦୋଳନ ବେଳେ ପୁଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ଛାତ୍ରଛାତ୍ରୀ। ଏତିକି ବେଳେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ଏମାନଙ୍କ ମୁକାବିଲା ଲାଗି ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି ମମତା ସରକାର। ଏହି ମାମାଲାରେ ଆଜି ଆଗୁଆ ୪ ଜଣ ଛାତ୍ରଙ୍କୁ ଅଟକ ରଖି ହେପାଜତକୁ ନିଆଯାଇଛି।ବିକ୍ଷୋଭକାରୀମାନେ ପୁଲିସ୍ ଉପରକୁ ପଥର ଫିଙ୍ଗିବା ସହ ବ୍ୟାରିକେଡ୍ ଭାଙ୍ଗିଛନ୍ତି। ବିକ୍ଷୋଭକାରୀଙ୍କୁ ରୋକିବା ପାଇଁ ପୁଲିସ୍ ପାଣି, ଟିୟର୍ ଗ୍ୟାସ୍ ଓ ଲାଠି ମାଡ଼ ପ୍ରୟୋଗ କରିଛି। ଆରଜି କର ମେଡିକାଲ୍ କଲେଜ୍ର ଟ୍ରେନତ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଏହି ବିରୋଧ ଜାରି ରଖିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଅନେକ ଛାତ୍ର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରମାନେ ପୂର୍ବରୁ ‘ନବନ୍ନା ଅଭିଯାନ’ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଥିବାରୁ ସେମାନଙ୍କୁ ରୋକିବା ପାଇଁ ଖୁବ୍ ଅଧିକ ସଂଖ୍ୟକ ପୁଲିସ୍ ନିୟୋଜିତ କରାଯାଇଥିଲା। ପ୍ରତ୍ୟେକ ଛକ ଉପରେ କଡ଼ା ନଜର ରଖା ଯାଇଥିଲା। ଏହି କାରଣରୁ କୋଲକାତାର ହାୱଡ଼ା ବ୍ରିଜ୍କୁ ସିଲ୍ କରି ଦିଆଯାଇଛି। ତେବେ ଏହି ମାମାଲାରେ ଆଜି ୪ ଜଣ ଛାତ୍ରଙ୍କୁ ଧରାଯାଇ ହେପାଜତରେ ନିଆଯାଇଛି। ଛାତ୍ରମାନଙ୍କୁ ରୋକିବା ପାଇଁ କୋଲକାତା ପୁଲିସ୍ ଅନେକ ରାସ୍ତା ବନ୍ଦ କରି ଦେଇଛି। ଡ୍ରୋନ୍ ସହାଯ୍ୟରେ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଛି। ପୁଲିସ୍ ଦ୍ବାରା ଯେଉଁ ବାରିକେଡ୍ କରାଯାଇଛି ତାହାକୁ ବିକ୍ଷୋଭବାକରୀ ଛାତ୍ରମାନେ ଭାଙ୍ଗିବାରେ ଲାଗି ପଡ଼ିଛନ୍ତି।










