31.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶପଶ୍ଚିମବଙ୍ଗ : କାଲି ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

ପଶ୍ଚିମବଙ୍ଗ : କାଲି ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

ପଶ୍ଚିମବଙ୍ଗ : କାଲି ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା । ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା ପଶ୍ଚିମବଙ୍ଗରେ ବନ୍ଦ ଡାକରା ଦେଇଛି ବିଜେପି। ଆସନ୍ତାକାଲି ଦଳ ପକ୍ଷରୁ ପୂରା ବେଙ୍ଗଲରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ। ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏ ବନ୍ଦ ପାଳନ ହେବ ବୋଲି ଆଜି ବେଙ୍ଗଲ ବିଜେପି ମୁଖ୍ୟ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆଜି ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଚାଲିଥିବା ନବାନ୍ନ ଅଭିଯାନ ରାଲିରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ପୁଲିସ୍‌ ଓ ବିକ୍ଷୋଭକାରୀ ବିଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି। ପୁଲିସ୍‌ ବିକ୍ଷୋଭକାରୀଙ୍କ ଉପରକୁ ପାଣି ମାଡ଼ କରିବା ସହ କିଛି ସ୍ଥାନରେ ଲାଠିଚାର୍ଜ ମଧ୍ୟ କରିଛି। ସେମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ସଚିବାଳୟ ବା ନବାନ୍ନ ଆଡ଼କୁ ଯାଉଥିବା ବେଳେ ସେମାନଙ୍କ ଉପରେ ଟିଏମସି ସରକାର ଆକ୍ରମଣ କରିଛି। ଏଥିଯୋଗୁ ହିଂସା ଦେଖିବାକୁ ମିଳିଛି ବୋଲି ଅଧିକାରୀ ଅଭିଯୋଗ କରିଛନ୍ତି। ଏଥିସହ ଦିଦିଙ୍କ ଇସ୍ତଫା ଦାବି କରି ଆସନ୍ତାକାଲି ବେଙ୍ଗଲରେ ବନ୍ଦ ପାଳନ ହେବ ବୋଲି ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking