ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତଙ୍କ ଉଦ୍ବେଗ । ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ପଶ୍ଚିମବଙ୍ଗ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଛି । ଦୁର୍ଗାପୁରରେ ଜଣେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମରେ ମର୍ମାହତ । ଏହା ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ଚିନ୍ତାଜନକ ପ୍ରମାଣିତ କରୁଛି । ସ୍ଥାନୀୟ ଶିକ୍ଷାର୍ଥୀ କିମ୍ବା ବାହାର ରାଜ୍ୟ ଶିକ୍ଷାର୍ଥୀ ସେଠାରେ ସୁରକ୍ଷିତ ନାହାଁନ୍ତି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦୋଷୀମାନଙ୍କୁ ଯଥାସମ୍ଭବ କଠୋର ଦଣ୍ଡ ନିଶ୍ଚିତ କରିବାକୁ ଅନୁରୋଧ କରୁଛି । ଅନ୍ୟପଟେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଣିଛନ୍ତି ବଡ ଅଭିଯୋଗ । ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍ ଅଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କଲେ ସାଂସଦ । ଏହା ସେ କହିଛନ୍ତି ଯେ ଏନେଇ ଆଜି ସିଏମ୍ ଓ ସ୍ଥାନୀୟ ଏସ୍ପିଙ୍କ ସହ ଆଲୋଚନା କରିବି । ପଶ୍ଚିମବଙ୍ଗ ଗସ୍ତରେ ଯାଇ ପୀଡିତାଙ୍କୁ ଭେଟିବି । ପଶ୍ଚିମବଙ୍ଗ ଅସାମାଜିକ ଓ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ହୋଇଯାଇଛି । କେବଳ ମହିଳା ନୁହେଁ ସମସ୍ତଙ୍କ ପାଇଁ ପଶ୍ଚିମବଙ୍ଗ ଏବେ ଅସୁରକ୍ଷିତ ।










