27.1 C
Bhubaneswar
Wednesday, March 25, 2026
Homeଓଡିଶାକେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ଡ଼ିଏସ କୁଟ୍ଟେ

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ଡ଼ିଏସ କୁଟ୍ଟେ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ଡ଼ିଏସ କୁଟ୍ଟେ। ବିଏସଏଫ ଆଇଜି ଭାବେ ଦାଇତ୍ୱ ନେବେ । ଓଡିଶାରୁ କେନ୍ଦ୍ରକୁ ଯିବେ ଆଇପିଏସ ଡ଼ିଏସ କୁଟ୍ଟେ । ୫ ବର୍ଷ ପାଇଁ କୋଟ୍ଟେଙ୍କୁ ଡେପୁଟେସନରେ ପଠାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି । ୨୯ ଫେବୃଆରୀ ୨୦୨୮ ଯାଏଁ ଦାୟିତ୍ୱରେ ରହିବେ । ୧୯୯୭ ବ୍ୟାଚର ଆଇପିଏସ ଡ଼ିଏସ କୁଟ୍ଟେ କ୍ଷମତା ଭାରରେ ଥିଲେ । ବିଭିନ୍ନ ସମୟ ରେ ବଡ ବଡ ନିଷ୍ପତି ନେଉଥିଲେ ଆଇପିଏସ ଡ଼ିଏସ କୁଟ୍ଟେ ।

ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ଆଇପିଏସ୍ ଅଧିକାରୀ ଆଶିଷ ସିଂ। ବର୍ତ୍ତମାନ ତାଙ୍କୁ ଅର୍ଦ୍ଧସାମରିକ ବାହିନୀ ଇଣ୍ଡୋ-ତିଦ୍ଦତ ବର୍ଡର ପୁଲିସ ବା ଆଇଟିବିପିରେ ଆଇଜି ଭାବରେ ନିଯୁକ୍ତି ଦିଆଯାଇଛି। ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦେଶ ଯାଏଁ ସେ ଡେପୁଟେସନରେ ଯାଇଥିବା ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ବର୍ତ୍ତମାନ ସେ ଗୃହ ବିଭାଗର ଓଏସଡି ଭାବରେ କାର୍ଯ୍ୟ କରୁଛନ୍ତି।

ଗତ ସାଧାରଣ ନିର୍ବାଚନ ସମୟରେ ଉଭୟ ବିବାଦ ଘେରକୁ ଆସିଥିଲେ। ନିର୍ବାଚନ ପରିଚାଳନାରେ ଅନିୟମିତତା କରୁଥିବା ନେଇ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଅଭିଯୋଗ ଆଣିଥିଲେ। ପରେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ଆଇପିଏସ୍ ଅଧିକାରୀ ଆଶିଷ ସିଂ। ପରେ ତାଙ୍କୁ ଗୃହ ବିଭାଗର ଓଏଡି ଭାବରେ ନିଯୁକ୍ତି ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking