31.1 C
Bhubaneswar
Saturday, February 7, 2026
Homeଓଡିଶାସମାଜର ବଞ୍ଚିତ ଏବଂ ପଛୁଆ ବର୍ଗଙ୍କ କଲ୍ୟାଣ ଆମର ପ୍ରଥମ ପ୍ରାଥମିକତା - ଧର୍ମେନ୍ଦ୍ର ପ୍ରଧାନ

ସମାଜର ବଞ୍ଚିତ ଏବଂ ପଛୁଆ ବର୍ଗଙ୍କ କଲ୍ୟାଣ ଆମର ପ୍ରଥମ ପ୍ରାଥମିକତା – ଧର୍ମେନ୍ଦ୍ର ପ୍ରଧାନ

ଆଲିଗଡ଼: ସମାଜର ବଞ୍ଚିତ ଏବଂ ପଛୁଆ ବର୍ଗଙ୍କ କଲ୍ୟାଣ ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତାରେ ରହିଛି । ସେମାନଙ୍କ ସର୍ବାଙ୍ଗୀନ ବିକାଶ ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆମ ସରକାର ବିଶେଷ ପ୍ରାଧାନ୍ୟ ଦେଉଛନ୍ତି ବୋଲି ଗୁରୁବାର ଉତ୍ତରପ୍ରଦେଶ ଆଲିଗଡ଼ ଠାରେ ଆୟୋଜିତ ତୃତୀୟ ‘ହିନ୍ଦୁ ଗୌରବ ଦିବସ’ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ପଦ୍ମ ବିଭୂଷଣ ଶ୍ରୀ କଲ୍ୟାଣ ସିଂହ ‘ବାବୁଜୀ’ଙ୍କ ଚତୁର୍ଥ ପୁଣ୍ୟତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଦେବା ସହ କହିଛନ୍ତି ବାବୁଜୀଙ୍କ ଜୀବନ ଥିଲା ରାମମୟ । ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସେ କ୍ଷଣିକରେ ନିଜର କ୍ଷମତାକୁ ତ୍ୟାଗ କରିଥିଲେ । ସେ କେବଳ ଜଣେ ରାଜନେତା ନଥିଲେ, ବରଂ ସେ ଜଣେ ଯୋଗଜନ୍ମା ଏବଂ ଜୀବନ୍ତ ଅନୁଷ୍ଠାନ ମଧ୍ୟ ଥିଲେ । ରାମ ମନ୍ଦିର ଆନ୍ଦୋଳନରେ ତାଙ୍କର ଭୂମିକା କେବେ ବି ଭୁଲିହେବ ନାହିଁ । ବିଶେଷ ଭାବରେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ସମୟରେ ୟୁପିକୁ ସୁଶାସନ ପଥରେ ଆଣିବା ତଥା ସବୁବେଳେ ଗରିବ, ବଞ୍ଚିତ, ଚାଷୀ, ଯୁବକ ଏବଂ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କ ପାଖରେ ଯୋଜନାର ଲାଭ ପହଞ୍ଚାଇବା ପାଇଁ ଅଭୂତପୂର୍ବ ପ୍ରୟାସ କରିଥିଲେ ।

ବାବୁଜୀ ଭାରତୀୟ ଜନତା ପାର୍ଟିକୁ ଉତ୍ତର ପ୍ରଦେଶର ଜନାକାଂକ୍ଷା ସହ ଯୋଡି ସଂଗଠନକୁ ସୁଦୃଢ଼ କରିବା ଦିଗରେ ଏକ ଦୃଢ଼ ମୂଳଦୁଆ ପକାଇଥିଲେ, ଯେଉଁ ପରମ୍ପରାକୁ ଯୋଗୀ ଆଦିତ୍ୟନାଥ ଆଗେଇ ନେଉଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ରାମ ମନ୍ଦିର ନିର୍ମାଣ କରି ପୂଜ୍ୟ ବାବୁଜୀଙ୍କ ସ୍ଵପ୍ନକୁ ସାକାର କରିଛନ୍ତି । ଗତ ୧୧ ବର୍ଷ ମଧ୍ୟରେ ମୋଦିଜୀଙ୍କ ନେତୃତ୍ୱରେ ସମାଜର ବଞ୍ଚିତ ଏବଂ ପଛୁଆ ବର୍ଗର କଲ୍ୟାଣ ସହିତ ସେମାନଙ୍କ ପାଇଁ ପ୍ରତିନିଧିତ୍ୱ ନେବାର ବ୍ୟବସ୍ଥା ସୃଷ୍ଟି ହୋଇଛି । ଏହା ହିଁ ବାବୁଜୀଙ୍କ ସାମାଜିକ ସମନ୍ୱୟର ପ୍ରତିଫଳନ, ଯାହାକୁ ମୋଦିଜୀ ପୂରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ ରାଜ୍ୟପାଳ କଳରାଜ ମିଶ୍ର, କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ, ଉତ୍ତରପ୍ରଦେଶର ଦୁଇ ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking