24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଭାରୋତ୍ତୋଳକ ବିଜୟ ଶତପଥୀଙ୍କ ପରଲୋକ

ଭାରୋତ୍ତୋଳକ ବିଜୟ ଶତପଥୀଙ୍କ ପରଲୋକ

ନୂଆଦିଲ୍ଲୀ: ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀଙ୍କ  ପରଲୋକ ହୋଇଛି । ପୂର୍ବତନ ଅନ୍ତର୍ଜାତୀୟ  ଭାରୋତ୍ତୋଳକ ବିଜୟ କୁମାର ଶତପଥୀ । ୭୨ ବର୍ଷ ବୟସରେ ତାଙ୍କ ପରୋଲକ ହୋଇଛି । ଗତକାଲି ରାତି ୮ଟା ୪୦ ମିନିଟ୍ ସମୟରେ ବ୍ରହ୍ମପୁର ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ବାଣ୍ଟାମୱେଟ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ ବିଜୟ । ଲଗାତାର ୫ ଥର ଜାତୀୟ ଚାମ୍ପିୟନ ହୋଇଥିଲେ ବିଜୟ । ସେ ୧୯୮୧ ମିନି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ପରେ ୧୯୮୨ ବ୍ରିସବେନରେ ମୁଖ୍ୟ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ସେ ୧୯୮୧ ଏବଂ ୧୯୮୩ ଏସୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତିଥିଲେ ।ତାଙ୍କ ବିୟୋଗରେ କ୍ରୀଡ଼ାଜଗତରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking