ଭୁବନେଶ୍ୱର: ରାସନ କାର୍ଡ ଧାରୀଙ୍କୁ ଓଜନ ମାପରେ ଠକୁଛନ୍ତି ଡିଲର । ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ । ୭୫ ରାସନ ଡିଲରଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ସରକାର । ଲାଇସେନ୍ସ ବାତିଲ ସହ ଜଣଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଦିଆଯାଇଛି । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି । ଏପଟେ ପେଟ୍ରୋଲ ପମ୍ପରୁ ଠକେଇ ନେଇ ୩ ବର୍ଷରେ ସାମ୍ନାକୁ ଆସିଛି ୧୦୯ କେସ । ପେଟ୍ରୋଲ ପମ୍ପରୁ ୧୩ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଜରିମାନା ଆଦାୟ କରାଯାଇଛି । ସେହିପରି ଓଜନ ମାପରେ ବି ଠକୁଛନ୍ତି ସୁନା ଦୋକାନୀ । ୩ ବର୍ଷରେ ୮୦୬୫ ଚଢାଉରୁ ୧୬ଟି କେସ ସାମ୍ନାକୁ ଆସିଛି । ଅଢେଇ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଜରିମାନା ଆଦାୟ କରାଯାଇଛି । ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି ।










