ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକ ମାସ ବୋଲି ସମସ୍ତଙ୍କୁ ଜଣାଥିବା ବେଳେ , ଏହି କାର୍ତ୍ତିକ ମାସରେ ଆମିଷ ପ୍ରାୟ ଲୋକଙ୍କ ଘରେ ହୋଇନଥାଏ । ସେଥିପାଇଁ ଏଭଳି ସ୍ଥିତିରେ ପରିବା ଦର ଖାଉଟିଙ୍କୁ କନ୍ଦାଉଛି। ହାଟ, ବଜାରକୁ ଗଲେ ୫ଶହ କ’ଣ, ହଜାରେ ଟଙ୍କାରେ ବି ବ୍ୟାଗ ପୂରୁନି। ମାସେ ପୂର୍ବରୁ ୪୦୦ରୁ ୫୦୦ ଟଙ୍କାର ପରିବା ଆଣିଲେ ୫ ଜଣିଆ କୁଟୁମ୍ବ ୪ ଦିନ ଚଳିଯାଉଥିଲେ । ମାତ୍ର ଏବେ ସପ୍ତାହକୁ ଅଧିକ ଟଙ୍କାର ପରିବା ଆଣିବାକୁ ପଡ଼ୁଛି। ଏବେ ପନିପରିବା ଦର ଯେଉଁଭଳି ରହିଛି ଆଗକୁ ପଞ୍ଚୁକ ପ୍ରଭାବିତ ହେବ। ଅଧିକାଂଶ ପରିବା ର ଦର ୮୦ ଟଙ୍କା ଉପରେ ଦେଖିବାକୁ ମିଳିଛି ।