27.1 C
Bhubaneswar
Friday, October 18, 2024
Homeଓଡିଶାଦୁର୍ଗା ପୂଜାରେ ଶୁଖିଲା ରହିବ ପାଗ

ଦୁର୍ଗା ପୂଜାରେ ଶୁଖିଲା ରହିବ ପାଗ

ଭୁବନେଶ୍ଵର : ଦୁର୍ଗା ପୂଜାରେ ଶୁଖିଲା ରହିବ ପାଗ । ଲଗାତାର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏଥର ଦଶହରାରେ ପାଗ ଶୁଖିଲା ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅଳ୍ପ କିଛି ସ୍ତାରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭୁବନେଶ୍ଵର ଏବଂ କଟକ ସହରରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବାର ସମ୍ଭାବନା ରହିଛି। ସୋମବାର ମୟୁରଭଞ୍ଜ ଜିଲ୍ଲା ଚନ୍ଦନପୁରରେ ସର୍ବାଧିକ ୭୭.୬ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ବାଙ୍ଗିରପୋଷିରେ ୬୬, ମାଲକାନଗିରିରେ ୩୪.୫, ବରଗଡରେ ୩୪.୬, ସମ୍ବଲପୁରଓ ଝାରସୁଗୁଡାରେ ୩୫ ମିମି ବର୍ଷା ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking