26.1 C
Bhubaneswar
Monday, December 29, 2025
Homeଓଡିଶାଦେବାଶିଷଙ୍କ ପାଇଁ ଲାଲ ପୋଷାକ ପିନ୍ଧୁଛି: ପ୍ରଭାତ

ଦେବାଶିଷଙ୍କ ପାଇଁ ଲାଲ ପୋଷାକ ପିନ୍ଧୁଛି: ପ୍ରଭାତ

ଭୁବନେଶ୍ୱର: ବିଜେଡି କଳିରେ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ ପ୍ରଭାତ ବିଶ୍ୱାଳ । ସେ କେଉଁଭଳିଆ ନେତା , ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି । ଦେବାଶିଷଙ୍କ ନାଲି ବାବା ଆକ୍ଷେପ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ୨ ଜଣ ପୂର୍ବତନ ମନ୍ତ୍ରୀଙ୍କ ସହ ଦେବାଶିଷ ମଧ୍ୟ ଷଡଯନ୍ତ୍ରକାରୀ । ସେମାନଙ୍କ ପାଇଁ ମୁଁ ଆଜି ଲାଲ ପୋଷାକ ପିନ୍ଧୁଛି । ଦେବାଶିଷ ବିଭିନ୍ନ ସଂସ୍ଥାରୁ ଚାନ୍ଦା ନେଇ ରାଜନୀତି କରନ୍ତି । ପ୍ରମାଣ ଅଛି । ପୁଅକୁ ବାଟ ଛାଡୁନି ଆକ୍ଷେପରେ ମଧ୍ୟ ଜବାବ ରଖିଲେ । ଯଦି ପୁଅକୁ ବାଟ ଛାଡୁନି ଦୁଇ ଦୁଇ ଥର ବିଧାୟକ ହେଲା କିପରି । ସେ ନିଜେ କୌଣସି ପଦ ପଦବୀରେ ନଥାଇ ସରକାରୀ କାର୍ଯ୍ୟକ୍ରମକୁ ଯାଉଥିଲେ । ପାଣ୍ଡିଆନଙ୍କୁ ପୂର୍ବରୁ ଗାଳି ଦେଉଥିବା ଆରୋପରେ ମଧ୍ୟ ଜବାବ ରଖିଲେ । କହିଲେ ମୁଁ ପାଣ୍ଡିଆନଙ୍କୁ ପୂର୍ବରୁ କେବେ ଗାଳି ଦେଇନି, ସେ ଭୁଲ କହିଛନ୍ତି । ୨୦୧୩ରେ ଏକ ପ୍ରସଙ୍ଗକୁ ନେଇ ମୁଁ ପାଟି କରିଥିଲି । ସୁଜାତା କାର୍ତ୍ତିକେୟନ ରାଜ୍ୟସଭା ଯିବାରେ କୌଣସି ଅସୁବିଧା ନାହିଁ । କାଲି ପ୍ରଭାତ ବିଶ୍ୱାଳଙ୍କୁ ନାଲି ବାବା କହି ଟାର୍ଗେଟ କରିଥିଲେ ଦେବାଶିଷ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking