ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ । ସପ୍ତାହର ଗୋଟିଏ ଦିନ ଓଡିଶାର ହସ୍ତତନ୍ତ ପରିଧାନ ପାଇଁ ଅପିଲ କରାଯାଇଛି । ଅଧିକରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁ । ଓଡିଶାର ୬ଟି ସ୍ଥାନରେ ହେବ ଟେକ୍ସଟାଇଲ ପାର୍କ । ହସ୍ତତନ୍ତ କେବଳ ଆର୍ଥିକ ମେରୁଦଣ୍ଡ ନୁହେଁ । ଏହା ଆମର ଗର୍ୱ । ୩୦ ଜିଲ୍ଲାରେ ୩୦ ହଜାର ବୁଣାକାର ଶ୍ରମିକ ସହାୟକ ନିଯୁକ୍ତ ହୋଇଛନ୍ତି । ବୁଣାକାରଙ୍କ ସାମାଜିକ , ଆର୍ଥିକ ବିକାଶ ପାଇଁ ଆମେ ଚେଷ୍ଟା କରୁଛୁ । ସୂଚନାଥାଉକି, ଆଜି ଜନତା ମଇଦାନରେ ‘ଏକ୍ତା ‘ ଜାତୀୟ ହସ୍ତତନ୍ତ ଦିବସରେ ଓଡିଶାରେ ସ୍ୱତନ୍ତ୍ର କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜନତା ମୈଦାନରେ ଏକତା ର ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷୀତ । ସ୍ୱତନ୍ତ୍ର ଅଭିନେତ୍ରୀ ଭାବେ ଯୋଗ ଦେଲେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉପସ୍ଥିତ ଥିଲେ ।










