ଭୁବନେଶ୍ୱର: ନୂଆପଡା ଉପନିର୍ବାଚନର ଆଜି ଭୋଟ ଗଣତି ଚାଲିଛି । ନୂଆପଡାରେ ବଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଏହି ସମୟରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ଦୃଢୋକ୍ତି ଦେଇଛନ୍ତି । କହିଛନ୍ତି ଯେ ୬୦ରୁ ୭୦ ହଜାର ଭୋତରେ ଜିତିବୁ । ଏଗଜିଟ୍ ପୋଲ୍ଠୁ ଅଧିକ ଆସନ ମିଳିଛି । ସରକାରଙ୍କ ସହ ରହିଲେ କିଛି ବିକାଶ ହୋଇପାରିବ । ଏହା ଭାବି ଲୋକ ଭୋଟ୍ ଦେଇଛନ୍ତି । ପ୍ରତ୍ୟେକ ରାଉଣ୍ଡରେ ଅଧିକ ଭୋଟ୍ ପାଇଛୁ । ଆଦିବାସୀ ସଂଘକୁ ଧୋକା ଦେଇଛନ୍ତି ଘାସିରାମ । ଲୋକଙ୍କୁ ନପଚାରି ଅନ୍ୟ ଦଳକୁ ପଳାଇଲେ । ୨୪ ବର୍ଷ ଭିତରେ ବିଜେଡି ପ୍ରାର୍ଥୀ ପାଇଲାନି । ଏତେ ବର୍ଷ ରହି ବିଜେଡି କିଛି କରିପାରିଲାନି । ହାରିଲେ ଭୋଟ୍ ଚୋରି ଅଭିଯୋଗ ଆଣୁଛନ୍ତି । ମୁଖ୍ୟମନ୍ତ୍ରୀ ଏକ ନମ୍ବର ଜିଲ୍ଲା ଘୋଷଣା କରିଛନ୍ତି । ଅନ୍ୟପଟ, ୨୦ ରାଉଣ୍ଡ ସୁଦ୍ଧା ୬୫ ହଜାର ୫୯୮ ଭୋଟରେ ବିଜେପି ଆଗୁଆ ରହିଛି । ୨୦ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୯୭, ୭୮୯ ଭୋଟ ମିଳିଛି । ଦ୍ୱିତାୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୩୨, ୧୯୧ ଭୋଟ ମିଳିଛି । ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୦, ୪୨୩ ଭୋଟ ମିଳିଛି ।









