ଭୁବନେଶ୍ୱର: ପୋଲାଭରମ ବୈଠକକୁ ନେଇ ମୁଖ୍ୟମନ୍ତ୍ର ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ନେଇ ଖବର ନାହିଁ । ଅଫିସରସ୍ତରରେ ଆଲୋଚନା ପାଇଁ ପ୍ରକ୍ରିୟା ରହିଛି । ଯେଉଁ ଆଲୋଚନା ହେଉ ଆମ ଦାବି ଆମେ ରଖିବୁ । ସୂଚନା ଥାଉକି, ପୋଲାଭରମ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମେ ୨୮ରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ବସିବ । ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା, ଓଡିଶା ଏବଂ ଛତିଶଗଡ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ ଏବଂ ଏହାର ଆଲୋଚନା କରିବେ । ପ୍ରଥମ ଥର ପାଇଁ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ବସିବ । ଓଡିଶା କଣ ପକ୍ଷ ରଖିବ ନିଜକୁ ପ୍ରସ୍ତୁତ କରୁଛନ୍ତି ସରକାର । ଶୁକ୍ରବାର ପୋଲାଭରମ ଉପରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।










