ଭୁବନେଶ୍ୱର : ‘କିସ’ ନେଇ ଅନୁଧ୍ୟାନ କରିବୁ । କିସର ଛାତ୍ରଛାତ୍ରୀଙ୍କ ବାବଦରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ପ୍ରାୟ ୩୦ ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କର ରହିବା , ଖାଇବା ବ୍ୟବସ୍ଥା ରହିଛି । ଆଗାମୀ ଦିନରେ ପିଲାଙ୍କ ଅବସ୍ଥା , ରହିବା ନେଇ ଅନୁଧ୍ୟାନ କରିବୁ । ପିଲାଙ୍କ ପାଇଁ ଅନୁସଙ୍ଗିକ ବ୍ୟବସ୍ଥା ଠିକ ଅଛି କି ନାହିଁ , ଦେଖିବା କଥା । ବିଭାଗରେ ଏହି ଦାୟିତ୍ୱ ରହିଛି , ଏକଥାକୁ ଅନୁଧ୍ୟାନ କରିବୁ । ଆଗାମୀ ଦିନରେ ଏକଥାକୁ ନିଶ୍ଚୟ ପ୍ରାଧାନ୍ୟ ଦେବୁ କହିଛନ୍ତି ମନ୍ତ୍ରୀ ।