ଜଗତ୍ସିଂହପୁର: ଟାଟା ପାୱାର ବିଦ୍ୟୁତ୍ କମ୍ପାନୀର ମନମାନି ବିରୋଧରେ ଶୁକ୍ରବାର ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ଯୋରଦାର ଆନ୍ଦୋଳନ କରିଛି। କମ୍ପାନୀ ଉପଭୋକ୍ତାଙ୍କ ଉପରେ ଦାବି କରିଥିବା ଅତିରିକ୍ତ ଅଗ୍ରୀମ ଜମାରାଶିକୁ ନା’ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତୁରନ୍ତ ସରକାର ଏହି ଗ୍ରାହକ ଶୋଷଣ କମ୍ପାନୀକୁ ଓଡିଶା ମାଟିରୁ ବିଦା କରିବା ପାଇଁ ଦାବି କରି ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନ, ଜିଲ୍ଲା କଂଗ୍ରେସ ସଭାପତି ଦେବୀ ପ୍ରସାଦ ନାୟକଙ୍କ ନେତୃତ୍ୱରେ ପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର, ପିସିସି ପୂର୍ବତନ ସାଧାରଣ ସମ୍ପାଦକ ଅଜୟ ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ବଲ୍ଲଭାନନ୍ଦ ସ୍ୱାଇଁ, ପ୍ରଶାନ୍ତ ଦାସ, ସବେଶ୍ୱର ପଣ୍ଡା, ଦୀପ୍ତୀରାଣୀ ପ୍ରଧାନ, ଶ୍ରୀମୟୀ ସରସ୍ୱତୀ ସାହୁ, ଅନୁଷୟା ପ୍ରଧାନ, ମନରୋମା ଖଟୁଆ, ରୂପଶ୍ରୀ ରାଗିଣୀ ଦାଶ, ସ୍ନିଗ୍ଧାରାଣୀ ଦାସ, ପୂର୍ବତନ ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ସୁଚିସ୍ମିତା ପଣ୍ଡା ପ୍ରମୁଖ ଶତାଧିକ କଂଗ୍ରେସ ସ୍ଥାନୀୟ ନିମାଇଁ ଭବନ ଠାରୁ ଏକ ବିଶାଳ ବିକ୍ଷୋଭ ଶୋଭା ଯାତ୍ରାରେ ବାହାରି, ‘ଆମେ ଅତିରିକ୍ତ ଜମାରାଶି ଦେବୁ ନାହିଁ, ଟାଟା ପାୱାର ନିର୍ଯାତନା ଆଉ ସହିବୁ ନାହିଁ, ଟାଟା ପାୱାରକୁ ଓଡିଶା ମାଟିରୁ ବିଦାକର ଇତ୍ୟାଦି ନାରାବାଜି କରି’ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଭିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ବସନ୍ତ ନାୟକ, ଲକ୍ଷ୍ମୀଧର ମଲ୍ଲିକ, ସୁବ୍ରତ ମହାନ୍ତି, ପ୍ରଦ୍ୟୁନ୍ନ କିଶୋର ଚୟନୀ, ପବିତ୍ର ମନ୍ତ୍ରୀ, ସୁବ୍ରତ ପଣ୍ଡା, ଦେବ ପ୍ରସାଦ ମହାପାତ୍ର, ପିତାମ୍ବର ସେଠୀ, ରେହିନା ବେଗମ୍, ତୋହରା ଖାତୁନ, ମୁରସାତ ବେଗମ, ନୁର ସବାଙ୍କ ସହିତ ବହୁ ଯୁବ ନେତା, ଛାତ୍ର ନେତା, ମହିଳା ନେତ୍ରୀମାନେ ଯୋଗ ଦେଇଥିଲେ। ତେବେ ସରକାର ଟାଟା ପାୱାର ବିରୋଧରେ ପଦକ୍ଷେପ ଗ୍ରହଣ ନକଲେ ଆଗାମି ୨୯ତାରିଖରେ ଜଗତସିଂହପୁର ସଦର ମହକୁମା ଠାରେ ଥିବା ଟାଟା ପାୱାରର ଜିଲ୍ଲା କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି।










