ନୂଆଦିଲ୍ଲୀ: ପହଲଗାମ ହମଲାରେ ଆତଙ୍କବାଦୀକୁ ନେଇ ଅମିତ ଶାହ କଡା ଚେତାବନୀ ଦେଇଛନ୍ତି । କହିଛନ୍ତି ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ । ଆତଙ୍କବାଦୀଙ୍କୁ କ୍ଷମା କରାଯିବ ନାହିଁ । ଆତଙ୍କୀ ବିରୋଧୀ ଲଢ଼େଇରେ ଆମ ସହ ସାରା ବିଶ୍ୱ ଅଛି । ଆତଙ୍କବାଦ ବିରୋଧରେ ଆମର ଜିରୋ ଟୋଲେରାନ୍ସ ନୀତି । ଆମେ ମଜବୁତର ସହ ଆମ ଲଢେଇ ଲଢିଛୁ । ଆତଙ୍କବାଦର ମୂଳୋତ୍ପାଟନ କରାଯିବ । ସେମାନେ ଏହା ନଭାବନ୍ତୁ କି ଆମର ନାଗରିକମାନଙ୍କୁ ମାରି ସେମାନେ ଏ ଲଢେଇ ଜିତିଗଲେ । ମୁଁ ସମସ୍ତ ଆତଙ୍କବାଦୀଙ୍କୁ କହିବାକୁ ଚାହୁଛି ଏ ଲଢ଼େଇ ଅନ୍ତ ନାହିଁ । ସୂଚନା ଥାଉକି, ପହଲାଗାମ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ ସରକାର । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଭାରତୀୟଙ୍କ ମୃତ୍ୟୁ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।