17.1 C
Bhubaneswar
Saturday, December 20, 2025
Homeଓଡିଶାସମ୍ବିଧାନ ପାଇଁ ସଡ଼କରୁ ସଂସଦ ଲଢ଼େଇ ହେବ : ଭକ୍ତ

ସମ୍ବିଧାନ ପାଇଁ ସଡ଼କରୁ ସଂସଦ ଲଢ଼େଇ ହେବ : ଭକ୍ତ

ଭୁବନେଶ୍ୱର: କଂଗ୍ରେସ ସମ୍ବିଧାନ ବଞ୍ଚାଇବା ପାଇଁ ଯେଉଁ ଅଭିଯାନ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ତାହା ସଡ଼କରୁ ସଂସଦ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଆସନ୍ତା କାଲି ଭୁବନେଶ୍ୱର ଠାରେ ସମ୍ବିଧାନ ବଞ୍ଚାଅ ଓ ଦେଶ ବଞ୍ଚାଅ ଯେଉଁ ବିଶାଳ ସମାବେଶ ହେଉଛି ଏହାକୁ ବିଗାଡ଼ିବାପାଇଁ ବିଜେପି ଷଡଯନ୍ତ୍ର କରୁଛି । ଏହି ସମାବେଶକୁ ଦେଶର ଗଣମାନ୍ୟ ନେତା ରାହୁଲ ଗାନ୍ଧୀ, ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦକ କେିସି ବେଣୁଗୋପାଳ ଆସୁଛନ୍ତି । ଗଣତନ୍ତ୍ର ଅଧିକାରକୁ କ୍ଷୂର୍ଣ୍ଣ କରିବାପାଇଁ ବିଜେପିର ପ୍ରୟାସ କେବେ ସଫଳ ହେବ ନାହିଁ ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ସମ୍ବିଧାନ ବଞ୍ଚାଅ ଆନ୍ଦୋଳନକୁ ବିରୋଧ କରିବାପାଇଁ ରାଜ୍ୟବାସୀଙ୍କୁ ହଇରାଣ କରୁଛନ୍ତି ମୋହନ ସରକାର । ଡ୍ରାଇଭର ଆନ୍ଦୋଳନକୁ ନେଇ ବିଜେପି ଷଡଯନ୍ତ୍ର କରୁଛି । କଂଗ୍ରେସ ଡ୍ରାଇଭର ମହାସଂଘକୁ ଅନୁରୋଧ କରିଛୁ ଆସନ୍ତା କାଲି ହେଉଥିବା ଆନ୍ଦୋଳନକୁ ଆସିବା ସହ ଆସୁଥିବା ଲୋକଙ୍କୁ ଛାଡ଼ିବା ସହ ଡ୍ରାଇଭରଙ୍କୁ ଗାଡ଼ି ଚଳାଇବେ ତାଙ୍କୁ ସହଯୋଗ କରନ୍ତୁ ବୋଲି କହିଛନ୍ତି । ଆମେ ଦେଶପାଇଁ ଆନ୍ଦୋଳନ କରୁଛୁ ।

ଡ୍ରାଇଭର ମହାସଂଘ ସେମାନଙ୍କ ଦାବିପାଇଁ ଆନ୍ଦୋଳନ କରୁଛନ୍ତି । କଂଗ୍ରେସ ତାଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ କଂଗ୍ରେସର ମହାସମାବେଶକୁ ସହଯୋଗ କରିବାପାଇଁ ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛୁ । ଆସନ୍ତା କାଲି ସମାବେଶକୁ ଆମକୁ ସମର୍ଥନ କରନ୍ତୁ କଂଗ୍ରେସ ସଦାସର୍ବଦା ବ୍ଲକରୁ ରାଜଧାନୀ ପର୍ଯ୍ୟନ୍ତ ସଂଘକୁ ସବୁମତେ ସମର୍ଥନ ଦେବୁ । ଓଡ଼ିଶାର ୩୦ଟି ଜିଲ୍ଲାରୁ ଆସୁଥିବା ଗାଡ଼ିକୁ ନ ଅଟକାଇବା ପାଇଁ କହିଛୁ । ରାହୁଲଙ୍କ ଗସ୍ତକୁ ଡ୍ରାଇଭର ମହାସଂଘ ଗୋଟିଏ ଦିନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ ଆମେ କୃତଜ୍ଞ ହେବୁ । ବିଜେପି ସରକାର ଜାଣିସୁଣି ଡ୍ରାଇଭରଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଗଡ଼େଇ ଚାଲିଛି ।

ଡ୍ରାଇଭର ମହାସଂଘର କାନ୍ଧରେ ବନ୍ଧୁକ ରଖି କଂଗ୍ରେସର ମହାସମାବେଶରେ ପ୍ରତିବନ୍ଧକ ସୃଷ୍ଟି କରିବାପାଇଁ ବିଜେପି ପ୍ରୟାସ କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦାନ କରିଛନ୍ତି । ତାଙ୍କ ପରିବାର ସମସ୍ତେ କଂଗ୍ରେସରେ ଥିବାରୁ ସେ ନିଜ ପରିବାରକୁ ଫେରିଛନ୍ତି ବୋଲି ଶ୍ରୀମତୀ ବିଶ୍ୱାଳ କହିଛନ୍ତି । ପିସିସି ସଭାପତି ଶ୍ରୀ ଦାସ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏହି ମିଶ୍ରଣପର୍ବରେ ଉପସ୍ଥିତ ରହି କଂଗ୍ରେସରେ ଯୋଗଦାନ କରିଥିବାରୁ ଶ୍ରୀମତୀ ବିଶ୍ୱାଳଙ୍କୁ ସ୍ୱାଗତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking