ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ଉପରେ ଅନାସ୍ଥା ପ୍ରସଙ୍ଗ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ଆମେ ତର୍ଜମା କରୁଛୁ ଆଗକୁ ଆଭିମୁଖ୍ୟ ସ୍ପଷ୍ଟ କରିବୁ । ସେହିପରି ମିଶନ ଶକ୍ତି ମହିଳା ମାନଙ୍କ ସହ ବିଜେଡି ସବୁବେଳେ ଅଛି ବୋଲି କହିଥିଲେ । ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ ପାଇଁ ବିଜେପି ସରକାର ଷଡଯନ୍ତ୍ର କରୁଛି ବୋଲି କହିଛନ୍ତି । ମୁଁ ଏହାକୁ ଦୃଢ ଭାବେ ନିନ୍ଦା କରୁଛି । ମିଶନ ଶକ୍ତିରେ ୭୦ ଲକ୍ଷରୁ ଅଧିକ ମହିଳା ଅଛନ୍ତି। ବିଜେଡି ସବୁବେଳେ ମହିଳା ମାନଙ୍କ ସହିତ ରହିଛି । ଲୋୟର ପିଏମଜି ରେ ମିଶନ ଶକ୍ତି ମହିଳାଙ୍କ ଆନ୍ଦୋଳନ ଜୋର ଚାଲିଥିବା ବେଳେ , ଆଜି ବିଧାନସଭାରେ ବିରୋଧୀ ମିଶନ ଶକ୍ତିଙ୍କ ପ୍ରସଙ୍ଗ ଉଠାଇ ହୋ ହାଲା କରିଥିବାରୁ ଗୃହକୁ ୧୧ ଟା ୩୦ ଯାଏଁ ମୁଲତବୀ ରଖାଯାଇଛି ।










